/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699585229.jpg)
Dhanteras 2023
ଆଜି ଧନତେରସ । ଧନତେରସ ଅବସରରେ ଗହଣା ବ୍ୟବସାୟୀ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରିହାତି ଓ ଉପହାର ଦେଉଛନ୍ତି । ରାଜ୍ୟର ଅଗ୍ରଣୀ ଅଳଙ୍କାର ବ୍ୟବସାୟୀ ମାନେ ଏହି ଧନତେରାସ ଅବସରରେ ଅନେକ ଅଫର ରଖିଛି।ସୁନା, ରୁପା ଓ ଡାଏମଣ୍ଡ କିଣିଲେ ଗଢ଼ା ମୂଲ୍ୟ ଉପରେ ଆକର୍ଷଣୀୟ ରିହାତି ରହିଛି ।ଏହି ମାସ ଶେଷ ପର୍ଯ୍ୟନ୍ତ ଅଫର ରହିଛି ।
Advertisment
ତେବେ ଜାଣନ୍ତିକି ଧନତେରାସରେ କାହିଁକି ଅଫର ଦିଆଯାଏ ? ଆଉ ଏହି ଦିନ କାହାର ଜନ୍ମଦିନ ? ତେବେ ଜାଣିନିଅନ୍ତୁ ଏ ବିଷୟରେ...
ଆଜି ଦେବ ଚିକିତ୍ସକ ଧନ୍ୱନ୍ତରୀଙ୍କ ଜୟନ୍ତୀ । ଏହାକୁ ଧନତେରାସ୍ ଭାବେ ପାଳନ କରାଯାଏ । ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।
Advertisment
ଏହି ତିଥିରେ ସୁନା କିଣିଲେ ମାଆ ଲକ୍ଷ୍ମୀଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଣୁ ସୁନା ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)