Advertisment

ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ

ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରହିବେ।

ଅଦ୍ୟତନ ହୋଇଛି
Dhabaleswar Hanging Bridge

Dhabaleswar hanging bridge to remain closed for a day

Advertisment

କାଲିଠାରୁ ଗୋଟିଏ ଦିନ ବନ୍ଦ ରହିବ ଧବଳେଶ୍ୱର ଝୁଲାପୋଲ। ଦିନଟିଏ ପାଇଁ ଝୁଲାପୋଲ ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ପୋଲର ନିରାପତ୍ତା ଯାଞ୍ଚ ପାଇଁ ଦିନଟିଏ ବନ୍ଦ କରାଯିବ। ଟେକ୍ନିକାଲ ଟିମ୍ ଦେଇଥିବା ରିପୋର୍ଟ ଅନୁସାରେ ଯାଞ୍ଚ କରାଯିବ। ଝୁଲାପୋଲରେ ଯାତ୍ରାକୁ ସୀମିତ କରାଯିବ, ଆବଶ୍ୟକ ହେଲେ ସୁରକ୍ଷା ପାଇଁ ପୂରା ବନ୍ଦ କରାଯାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ସୁରକ୍ଷା ଦୃଷ୍ଟିରୁ ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରହିବେ। ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲର ଷ୍ଟେ-ରୋପକୁ ଧରି ରଖିଥିବା ଲୁହା ବିମ୍ ଓ ବକ୍ସ କଳଙ୍କି ଲାଗି ଖୋତରି ଯାଇଥିବା ଖବର ଦେଖାଇଥିଲା ଓଟିଭି। କଲିକତାରୁ ଆସିଥିବା ବୈଷୟିକ ଟିମ୍‌ ଯାଞ୍ଚ ପରେ ପୋଲ ଦୁର୍ବଳ ଥିଲା କହିଥିଲା।

ଅଧିକ ପଢ଼ନ୍ତୁ: ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା

ଏଣୁ ଥରକେ ମାତ୍ର ୨ଶହ ଜଣଙ୍କୁ ଛଡାଯାଉଥିଲା  ସେପଟେ ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ମାନେ ଦର୍ଶନ ପାଇଁ ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏବେ ଅସ୍ଥାୟୀ ଭାବେ ଡଙ୍ଗାର ବ୍ୟବସ୍ଥା କରାଯାଇଥିବା ବେଳେ, ୩ ମାସ ମଧ୍ୟରେ ସ୍ଥାୟୀ ବ୍ରିଜ କାମ ସରିଲେ ଯାତାୟତ ସମସ୍ୟା ଦୂର ହେବ ବୋଲି  କହିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ।

Advertisment

ଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହାସହ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ମୃତକଙ୍କ ମଧ୍ୟରେ ୨୦ରୁ ଅଧିକ ଶିଶୁ ଥିବାବେଳେ ଭାସି ଯାଇଥିବା ଲୋକଙ୍କ ମଧ୍ୟରେ ବି ଶିଶୁଙ୍କ ସଂଖ୍ୟା ଅନେକ ବୋଲି କୁହାଯାଉଛି। ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିଲା। 

ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ସେହିପରି ୩ ପ୍ଲାଟୁନ NDRF, SDRF, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତୀୟ ନୌସେନାର ୫୦ ଜଣ ଯବାନ, ବାୟୁସେନାର ୩୦ ଜଣ ଯବାନ, ସ୍ଥଳସେନାର ଯବାନ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Advertisment
Dhabaleswar Temple Hanging Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ