Advertisment

ନୂଆବର୍ଷରେ ଜଗାଦର୍ଶନ ପାଇଁ ଅସମ୍ଭାଳ ଭିଡ଼, ଟନେଲ୍‌ ସତ୍ତ୍ୱେ ବି ହନ୍ତସନ୍ତ ଶ୍ରଦ୍ଧାଳୁ

ନୂଆବର୍ଷ ଭିଡ଼କୁ ଦେଖି ଗତକାଲି ରାତି ୧୨ଟା ୪୦ରେ ଦ୍ୱାର ଫିଟା ପରେ ଗୋଟାଏ ୪୦ରୁ ଆରମ୍ଭ ହୋଇଥିଲା ଦର୍ଶନ ବ୍ୟବସ୍ଥା। ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଭକ୍ତଙ୍କ ଭିଡ଼ ଲାଗିଥିଲା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Unbearable crowd in Puri

ନୂଆବର୍ଷ, ନୂଆ ଆଶା, ବଡ଼ଦାଣ୍ଡରେ ନୂଆ ଅନୁଭବ...ଜୟ ଜଗନ୍ନାଥ ଧ୍ୱନି ଭିତରେ ବିଶ୍ୱନିୟନ୍ତାଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବାକୁ ଜଗାଦୁଆରେ ଭିଡ଼ ଲାଗିଥିଲା। ଭକ୍ତଙ୍କୁ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଆଜିଠୁ ପ୍ରଥମ କରି ଆରମ୍ଭ ହୋଇଥିଲା ଏସି ସେଡର ବ୍ୟବସ୍ଥା। ଯେଉଁଥିରେ ଚାହିଁଲେ, ବସି ପାରିବାର ବ୍ୟବସ୍ଥା ଥିଲା, ଏସି, ଫ୍ୟାନ୍‌ ଲାଗିଥିଲା। ହେଲେ ଗହଳି ବହୁତ ଥିଲା, ଆଉ ଧାଡ଼ି ଦୂର ପର୍ଯ୍ୟନ୍ତ ଲମ୍ବିଥିଲା। ୮୪ ମିଟର ଲମ୍ବର ସେଡ୍ ବାହାରେ ବି ଧାଡ଼ି ଲମ୍ବି ପହଞ୍ଚି ଯାଇଥିଲା ପ୍ରାୟ ୧ କିଲୋମିଟ ଦୂର ବଳଗଣ୍ଡି ଯାଏଁ। ନୂଆ ବ୍ୟବସ୍ଥାକୁ ନେଇ ଖୁସି ଥିଲେ ଭକ୍ତ।

Advertisment

ଅବଶ୍ୟ କେହି କେହି ଭକ୍ତ ସେଡ୍ ଭିତରେ କିଛି ସମୟ ପରେ ଏସି କାମ କରୁ ନ ଥିବାର ଅଭିଯୋଗ ବି କରିଥିଲେ। କିନ୍ତୁ ସକାଳ ୮ଟା ହେଉ ହେଉ ଆହୁରି ଅସମ୍ଭାଳ ହେଲା ଭିଡ଼ । ତେଣୁ ଏସି ସେଡ୍ ବ୍ୟବସ୍ଥା ସହିତ ପୁରୁଣା ବ୍ୟାରିକେଡ୍ ବ୍ୟବସ୍ଥାକୁ ବି ଫେରି ଆସିଲା ପ୍ରଶାସନ। ଫେରିଲା ଅବ୍ୟବସ୍ଥାର ଅଭିଯୋଗ ।

ଆଉ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗିଥିଲା। ସୋରିଷ ଫିଙ୍ଗିବାକୁ ବି ଯାଗା ନ ଥିଲା ଯେମିତି। ତେଣୁ ଏଭଳି ଭିଡ଼ରେ ମନ୍ଦିର ଭିତରେ କିଏ ଜଗାକୁ ଭଲରେ ଦେଖି ନ ପାରିବାର ଅଭିଯୋଗ ବାଢ଼ିଥିଲେ ତ କିଏ କଷ୍ଟରେ ହେଉ ପଛେ ବର୍ଷର ପ୍ରଥ ଦିନରେ ଜଗା ଦର୍ଶନ କରି କୃତ୍ୟ କୃତ୍ୟ ହେଇ ଯାଉଥିଲେ। ପୁରୀ ପୋଲିସର ସୂଚନା ଅନୁଯାୟୀ ଅପରାହଣ ୫ଟା ସୁଦ୍ଧା ୩ ଲକ୍ଷ ୫୦ ହଜାର ଭକ୍ତ ଜଗା ଦର୍ଶନ କରି ଫେରିଥିଲେ।

Advertisment

ନୂଆବର୍ଷ ଭିଡ଼କୁ ଦେଖି ଗତକାଲି ରାତି ୧୨ଟା ୪୦ରେ ଦ୍ୱାର ଫିଟା ପରେ ଗୋଟାଏ ୪୦ରୁ ଆରମ୍ଭ ହୋଇଥିଲା ଦର୍ଶନ ବ୍ୟବସ୍ଥା। ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ବଡ଼ କଥା ହେଉଛି ପ୍ରଶାସନର ସୂଚନା ମତେ ନୀତିକାନ୍ତି ସବୁ ସୁରୁଖୁରରେ ଚାଲିଛି। ନୂଆ ନିୟମ ଅନୁଯାୟୀ ଆଜିଠୁ ମନ୍ଦିରକୁ ପଲିଥିନ୍ ଧରି ଓ ପାନ, ଗୁଟ୍‌ଖା ଖାଇ ପ୍ରବେଶକୁ ବ୍ୟାନ୍‌ କରାଯାଇଛି। ଭକ୍ତଙ୍କ ପାଇଁ ଥିବା ଶାଳୀନତା ପୋଷାକ ପରିଧାନ ନିୟମକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ବର୍ଷର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। 

Odisha Puri Srimandir Jagannath Temple New Year
Advertisment
Advertisment