Advertisment

ମଦ ପାଇଁ ଯୁବକଙ୍କ ଅଜବ କାଣ୍ଡ: ୨୫ ଫୁଟ ଉଚ୍ଚ ଟାୱାର ଗେଟ ଉପରେ ଚଢି କଲେ ବ୍ୟାୟାମ

ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର ହିରୁ ସାହୁ। ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ ।

ଅଦ୍ୟତନ ହୋଇଛି
Deprived of Alcohol, Youth Climbs Gate

deprived of alcohol, youth climbs gate

Advertisment

ମଦ ପିଇ ଯୁବକ କାଣ୍ଡ ଭିଆଇବା ଅନେକ ଖବର ଆସିଛି। ହେଲେ ମଦ ପିଇବା ପାଇଁ ବିପଦକୁ ଡାକି ଆଣିବା ଏହା ଖୁବ୍‌ କମ ଶୁଣିଥିବେ । ଏଭଳି ଘଟଣା ବଲାଙ୍ଗିରରେ ଦେଖିବାକୁ ମିଳିଛି। ତାଙ୍କୁ ଉଦ୍ଧାର କରିବା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଛି।

Advertisment

ପାଟଣାଗଡ଼ରେ ଯୁବକଙ୍କ ଅଜବ କାଣ୍ଡ । ମଦ ପାଇଁ ଜଣେ ଯୁବକ ୨୫ ଫୁଟ ଉଚ୍ଚ ଟାୱାର ଗେଟ ଉପରେ ଚଢି କଲେ ବ୍ୟାୟାମ। ପାଟଣାଗଡ଼ ବଥର୍ଲା ଛକ ମୁଖ୍ୟ ରାସ୍ତାରେ ଥିବା ୨୫ ଫୁଟର ଗେଟ ଉପରେ ଚଢି ଜଣେ ଯୁବକ ବ୍ୟାୟାମ କରୁଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ଏହି ଦୃଶ୍ୟକୁ ମୋବାଇଲରେ କଏଦ କରି ସୋସିଆଲ ମିଡିଆରେ ଲୋକେ ଅପଲୋଡ କରିବା ପରେ ଭାଇରାଲ ହୋଇଥିଲା।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ଯୁବକ ଜଣକ ପୁସ୍‌ ଅପ୍‌ ମାରୁଛନ୍ତି। ତଳେ ଠିଆ ହୋଇ ଲୋକେ ଦେଖୁଛନ୍ତି, ଅନେକ ମଜା ବି ନେଉଛନ୍ତି। କେହି କେହି ଭିଡିଓ ବି ଉଠାଉଛନ୍ତି। 

Advertisment
୨୫ ଫୁଟ ଗେଟ୍‌ ଉପରକୁ ଚଢିଯାଇଛନ୍ତି ଯୁବକ(୨୫ ଫୁଟ ଗେଟ୍‌ ଉପରକୁ ଚଢିଯାଇଛନ୍ତି ଯୁବକ)

ପରେ ପୋଲିସ ପହଞ୍ଚି ଯୁବକକୁ ଗେଟରୁ ତଳକୁ ଓହ୍ଲାଇଥିବା ସୂଚନା ମିଳିଛି। ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର ହିରୁ ସାହୁ। ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ । ତେବେ ମଦ ନଦେବାରୁ ହିରୁ ଗେଟ ଉପରେ ଚଢ଼ି ଯାଇ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି। 

Liquor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ