/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688784525.jpg)
CMC Meeting
ବର୍ଷା ଋତୁ ଆରମ୍ଭରୁ ଡରାଇଲାଣି ଡେଙ୍ଗୁ । ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କଟକ ପ୍ରଶାସନକୁ ଘାରିଛି ଡେଙ୍ଗୁ ଭୟ । ସିଏମସି ଅଞ୍ଚଳ ସହ ପୁରା କଟକ ଜିଲ୍ଲାରେ କିଭଳି ଏହାକୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ । କଟକ ମହାନଗର ନିଗମ ସହଯୋଗରେ ପୁରା ଜିଲ୍ଲାରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସିଏମସି କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଲୋକମାନଙ୍କ ଘର ସହ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କଟକ ବାସୀଙ୍କୁ ସଚେତନ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା । ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ନିୟୋଜିତ କରାଯିବ ବୋଲି କୁହାଯାଇଛି । କଟକ ଜିଲ୍ଲାରେ କିଛି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକ ସହରରେ କୌଣସି ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।
ପ୍ରତି ସପ୍ତାହରେ ଗୋଟିଏ ଦିନ ଡ୍ରାଏ ଡେ ପାଳନ ପାଇଁ ସହରବାସୀଙ୍କୁ ପରାମର୍ଶ ଦେବା ସହିତ କୌଣସି ସ୍ଥାନରେ ଯେଭଳି ପାଣି ଜମା ରହିବନି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାସହ ବୁସ କଟିଂ ମଶାତେଲ, ମଶାଧୂଆଁ ସାଙ୍ଗକୁ ସଫେଇ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମେୟର ।ଘାରିଛି ଡେଙ୍ଗୁ ଭୟ; ସ୍ଥିତି ନେଇ ସିଏମସିର ପ୍ରାକ୍ ପ୍ରସ୍ତୁତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)