Advertisment

BMCର ପଦକ୍ଷେପ; ମଶା ମାରିବାକୁ ବ୍ୟବହାର ହେବ ଡ୍ରୋନ୍‌

ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଔଷଧ ସ୍ପ୍ରେ କରାଯିବ । ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍‌ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା ।

ଅଦ୍ୟତନ ହୋଇଛି
Dengue Menace: Drones For Mosquito Control

Dengue menace

Advertisment

ମଶା ମାରିବ ଡ୍ରୋନ । ଗତବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ମହାନଗର ନିଗମରେ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରାଯିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀରେ ବଢୁଥିବା ଡେଙ୍ଗୁ ସଂଖ୍ୟାକୁ ନଜରରେ ରଖି ମଶା ଉତ୍ପତ୍ତି ସ୍ଥାନରେ ଡ୍ରୋନ ମାଧ୍ୟମରେ ରସାୟନିକ ସ୍ପ୍ରେ କରାଯିବ ।

Advertisment

ଅଧିକ ପଢ଼ନ୍ତୁ: ଘରୁ ମଶା ବାହାରିଲେ ଗଣିବେ ଫାଇନ୍, ଘର ଘର ବୁଲି ମଶା ଯାଞ୍ଚ କରାଯିବ...

ବିଶେଷ ଭାବେ ଅପହଞ୍ଚ ଜଳଉତ୍ସ ଗୁଡିକରେ ଏହି ଔଷଧ ସ୍ପ୍ରେ କରାଯିବ । ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍‌ ବ୍ୟବହାର କରାଯାଇ ଔଷଧ ସ୍ପ୍ରେ କରାଯାଇଥିଲା । ସେହିପରି ସାପ୍ତାହିକ ଡ୍ରାଏ ଡେ ସମେତ ଅଗଷ୍ଟ ୧୫ରୁ ଅମାନିଆଙ୍କଠୁ ଜରିମାନା ଆଦାୟ କରିବ ବିଏମସି(BMC) ।

Advertisment

ଯେଉଁମାନଙ୍କ ଘରେ କିମ୍ବା ଘର ଆଖପାଖରେ ମଶା ଲାର୍ଭା ଉତ୍ପତ୍ତି ହେଉଛି ତାକୁ ସଫା ନକଲେ ଫାଇନ ଆଦାୟ କରିବ ବିଏମସି । ଏଣୁ ଜନସାଧାରଣ ମଶା ବଂଶ ବୃଦ୍ଧି ରୋକିବାରେ ସହଯୋଗ କରିବାକୁ ଅନୁରୋଧ କରିଛି ବିଏମସି ।

BMC Drones Dengue Mosquito
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ