• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେ ସମସ୍ତେ ବିଶ୍ୱାସ କରନ୍ତି ଯେ, କେଉଁଠି ନା କେଉଁଠି ଆମ ଭଳି ଦେଖାଯାଉଥିବା ଲୋକ ନିଶ୍ଚୟ ଥିବେ । କୁହାଯାଏ ବିଶ୍ୱରେ ଏକା ଭଳି ଦେଖାଯାଉଥିବା ପ୍ରାୟ ୭ ଜଣ ଲୋକ ରହିଥାନ୍ତି । ଅର୍ଥାତ ପ୍ରତ୍ୟେକ ଲୋକର ହମ୍‌ସକଲ ରହିଛନ୍ତି । ତେବେ ସେମାନଙ୍କୁ ଆମେ କିନ୍ତୁ କେବେ ଦେଖି ନାହାନ୍ତି । ଭବିଷ୍ୟତରେ ଦେଖିପାରିବା କି ନାହିଁ ତାହା ବି ସନ୍ଦେହ ।

Dipika Humsakal

କିନ୍ତୁ ଆମେ ଜାଣିଛେ ଆଉ ଦେଖୁଛେ ବି । ଆମ ବଲିଉଡ୍ ଷ୍ଟାର ମାନଙ୍କର ଅନେକ ହମ୍‌ସକଲ ରହିଛନ୍ତି । ସେମାନେ ବିଭିନ୍ନ ସମୟରେ ଲୋକଙ୍କ ସାମ୍ନାକୁ ବି ଆସନ୍ତି । ଖାଲି ସେତିକି ନୁହେଁ ସେମାନେ ଡୁପ୍ଲିକେଟ୍ ଷ୍ଟାର ବୋଲି ମଧ୍ୟ ନିଜକୁ ଗର୍ବର ସହ ପରିଚୟ ଦିଅନ୍ତି । ତେବେ ଏହାରି ଭିତରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ବଲିଉଡ୍‌ର ଡିମ୍ପଲ ଗାର୍ଲ ଦୀପିକାଙ୍କ ହମ୍‌ସକଲ ପଟୋ । ଦୀପିକାଙ୍କ ଯେକୌଣସି ବି ଫଟୋ ହେଉ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ । ଫଟୋ ପୋଷ୍ଟ ହେବା ମାତ୍ରେ ନିଆଁ ଭଳି ଏହା ଚାରିଆଡ଼େ ବ୍ୟାପିଯାଏ । ଲାଇକ୍‌ କମେଣ୍ଟରେ ଭର୍ତ୍ତି ହୋଇଯାଏ ପୋଷ୍ଟ ।

Dipika HumsakalDipika Humsakal

ଆଉ ଏବେ ଯେତେବେଳେ ଦୀପିକାଙ୍କ ହମସକଲ ପଟୋ ସାମ୍ନାକୁ ଆସିଛି, ତାହା ଭାଇରାଲ ହେବା ତ ସ୍ୱାଭାବିକ୍‌ କଥା । ହମସକଲ ଜଣକ ଏଭଳି ଦେଖାଯାଉଛନ୍ତି ଯେ, ଖୋଦ ରଣବୀର ସିଂହ ବି ଧୋକା ଖାଇଯିବେ । ହମସକଳ ଯୁବତୀ ଜଣକ ଅବିକଳ ଦୀପିକାଙ୍କ ଭଳି ଦେଖାଯାଉଛନ୍ତି । ତେବେ ଏହି ଯୁବତୀ ଜଣକ ହେଉଛନ୍ତି ‘ରିଜୁତା ଘୋଷ ଦେବ’ ।