Advertisment

ପୁଅ OAS ହେବା ଶୁଣି ବାପା ମା'ଙ୍କ ଆଖିରେ ଖୁସିର ଲୁହ

ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ପର ଘରେ କାମ କରି ପରିବାର ପ୍ରତିପୋଷଣ କରନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ମୁନା ସେଠୀ ଓ ତାଙ୍କ ପରିବାର

ମୁନା ସେଠୀ ଓ ତାଙ୍କ ପରିବାର

ଲକ୍ଷ୍ୟ ଠିକ୍‌ ଥିଲେ ଅର୍ଥ କେବେ ବାଧକ ସାଜେନା... ପରିଶ୍ରମର ଫଳ କେବେ ବୃଥା ଯାଏନା। ପରିଶ୍ରମ ଫଳର ଖୁସି ଯେ ଏତେ ମିଳିବ ବାପା, ମାଆ କେବେ ବି ଭାବି ନଥିଲେ। କାହିଁକିନା ''ବାପା ଓ ମାଆଙ୍କ ପରିଶ୍ରମ ଓ ପୁଅର ଲକ୍ଷ୍ୟ'' କହିଲେ ଏକ ସଂଘର୍ଷ କାହାଣୀ। ବାପା ସିନା ଦିନ ମଜୁରିଆ ହେଲେ ପୁଅ ପାଇଲେ ଓଏଏସ୍। ପୁଅ OAS ହେବା ଶୁଣି ବାପା ମା'ଙ୍କ ଆଖିରେ ଖୁସିର ଲୁହ।

Advertisment

ଗତକାଲି ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ବା ଓସିଏସ୍ ପରୀକ୍ଷାର ରେଜଲ୍ଟ । ଏଥର ମୋଟ୍ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳର ମୁନା ସେଠୀ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଟାବାହଳ ଗାଁରୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଜଣେ ଦିନ ମଜୁରିଆଙ୍କ ପୁଅ। ରବୀନ୍ଦ୍ର ସେଠି ଓ ମାଆ ବାସନ୍ତୀ ସେଠିଙ୍କ ସାନ ପୁଅ ମୁନା ସେଠୀ OAS  ପରୀକ୍ଷାରେ ୭୬ତମ ସ୍ଥାନରେ ରହିଛନ୍ତି। 

Advertisment

ମୁନାଙ୍କ ବାପା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ପର ଘରେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ମୁନା ସାଙ୍ଗ ସାଥିମାନଙ୍କ ଆର୍ଥିକ ସହଯୋଗରେ ରେଭେନ୍ସାରେ ବାଣିଜ୍ୟରେ ସ୍ନାତକ ପାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ପାଇଁ ନାମ ଲେଖାଇଥିଲେ।

ସ୍ବାସ୍ଥ୍ୟଗତ କାରଣରୁ ପିଜି ପରୀକ୍ଷା ଦେଇ ପାରିନଥିଲେ। ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିଲେ। ଅଭାବ ଅନଟନ ଭିତରେ ରହି ଛୋଟ ଛୋଟ ପିଲାଙ୍କୁ ଟିଉସନ କରି ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି ମୁନା। ତାଙ୍କ ସଫଳତାର କାହାଣୀ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।  

OAS OCS Exam
Advertisment
Advertisment