• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସୁଛି ଆଉ ଏକ ବାତ୍ୟା ! ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଆଶାଙ୍କା । ଏବେ ଏହା ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ରୂପରେ ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ୨୨ ତାରିଖ ବେଳକୁ ଅବପାତ ହେବ । ୨୩ କିମ୍ବା ୨୪ ତାରିଖରେ ଏହା ବାତ୍ୟାରେ ପରିଣତର ସମ୍ଭାବନା ରହିଛି ।

ଗତକାଲି ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ଘନୀଭୂତ ହେଉଛି । ତେବେ ଅବପାତରେ ପରିଣତ ହେବା ପରେ ହିଁ ଆକଳନ କରିହେବ, କଣ ହେବ ବାତ୍ୟାର ଗତିପଥ । ଆଇଏମ୍‌ଡିର ଆକଳନ କହୁଛି ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟର ତୀବ୍ରତା ବଢୁଛି । ତେଣୁ ଏହା ୨୦ ତାରିଖ ସୁଦ୍ଧା ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୨ରେ ପଣ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ ।

ପରେ ୨୩ କିମ୍ବା ୨୪ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ । ପ୍ରଭାବରେ ୨୩ ତାରିଖରୁ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ହେବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ୨୨ରୁ ସମୁଦ୍ରକୁ ଯିବା ବାରଣ କରାଯାଇଛି ।

ଅନ୍ୟପଟେ ବତ୍ୟା ସୃଷ୍ଟି ହେବା ଆକଳନ କରାଯାଇଛି ସତ, ତେବେ ଏହାର ଗତିପଥ ଓ ପ୍ରଭାବ ନେଇ ଆଇଏମ୍‌ଡି ପକ୍ଷରୁ କିଛି କୁହାଯାଇ ନାହିଁ । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ, ପବନର ବେଗ କେତେ ରହିବ, କେଉଁ କେଉଁ ଅଂଚଳରେ ଅଧିକ ବର୍ଷା ହେବ ତାହା ଏବେ ବି ସସ୍‌ପେନ୍ସ ରହିଛି । ତେବେ ବିଭନ୍ନ ମଡେଲ୍‌ର ଆକଳନ ଅନୁସାରେ ଏହି ବାତ୍ୟା ଭେରି ସିଭିଅର୍ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ ।

ଗ୍ଳୋବାଲ୍ ଫୋରକାଷ୍ଟ ସିଷ୍ଟମ-GFS କହୁଛି, ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ । ସେହିପରି ୟୁରୋପିଆନ୍ ସେଣ୍ଟର ଫର୍ ମିଡିୟମ୍ ରେଂଜ ୱେଦର ଫୋରକାଷ୍ଟ-ECMWFର ଆକଳନ ଅନୁଯାୟୀ ଏହା ଉତ୍ତର ଓଡ଼ିଶା ନିକଟରେ ସ୍ଥଳଭାଗ ଛୁଇଁବ । ତେବେ ଅନ୍ୟ କିଛି ମଡେଲ୍ ବାତ୍ୟା ବାଂଲାଦେଶ ଆଡକୁ ମୁହାଁଇ ପାରେ ବୋଲି ଆକଳନ କରିଛନ୍ତି । ସେହିପରି ବରିଷ୍ଠ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ କହିବା କଥା ଓଡ଼ିଶା ଉପରେ ସର୍ବାଧିକ ପ୍ରଭାବ ପଡିବାର ସମ୍ଭାବନା ରହିଛି । ୨୩ରୁ ରାଜ୍ୟରେ ଅବପାତ ପ୍ରଭାବରେ ଆରମ୍ଭ ହୋଇଯିବ ବର୍ଷା, ଆଉ ତାପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ ।