• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୋଜଗାର ବୃଦ୍ଧି ପାଇଁ କରନ୍ତୁ ମହୁ ଚାଷ ।

ବର୍ତ୍ତମାନ ସମୟରେ ସମଗ୍ର ଦେଶ ଦୁନିଆ covid-19 ମହାମାରୀରେ ପଡି କଷ୍ଟ ପାଉଛି, ଏହି ଅସୁବିଧା ସମୟରେ ମହୁ ଚାଷ ନିମ୍ନଗାମୀ ଥିବା ଅର୍ଥ ବ୍ୟବସ୍ଥାରେ ଆପଣଙ୍କୁ ରୋଜଗାରର ସ୍ରୋତ ବଢାଇବା ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ମହୁ ଛାଷ ବା ମହୁ ମାଛି ପାଳନ କିପରି ଆମର ଆର୍ଥିକ ଅବସ୍ଥାକୁ ସୁଦୃଢ କରିବା ସହିତ ଆମର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ କାର୍ଯ୍ୟକାରୀ ହୋଇଥାଏ ।

  • ମହୁମାଛି ଭିନ୍ନ ଭିନ୍ନ ପ୍ରକାରରେ ଉତ୍ପାଦନ କରି ଥାଏ ଯେମିତି କି ମହୁ, ମହମ, ପରାଗ, ପ୍ରୋପୋଲିସ, ରୟାଲ ଜେଲୀ , b-venom ର ଉତ୍ପାଦନ କରି ଶାରୀରିକ ଓ ଆର୍ଥିକ ସ୍ତରରେ ଆମକୁ ଶକ୍ତିଶାଳୀ କରି ଥାଏ ।
  • ପୁରାତନ ସମୟରେ ମହୁ ଏକ ଔଷଧ ରୂପରେ ବ୍ୟବହାର ହେଉଥିଲା, ଆୟୁର୍ବେଦ ଔଷଧ ସହ ମହୁର ବ୍ୟବହାର ଅଧିକ କରାଯାଉଥିଲା ।
  • ଭାରତର ପ୍ରତି ବ୍ୟକ୍ତି କେବଳ ୫ ଗ୍ରାମର ମହୁ ପ୍ରତି ବର୍ଷ ଔଷଧ ରୂପରେ ବ୍ୟବହାର କରେ, ଯାହା ବହୁତ କମ ଅଟେ । କିନ୍ତୁ ଆମେରିକା , ଫ୍ରାନ୍ସ, ଜାପାନ, ଇଟାଲୀ ଓ ସ୍ୱିଜରଲାଣ୍ଡ ଆଦି ଦେଶମାନଙ୍କରେ ପ୍ରତି ବ୍ୟକ୍ତି ବର୍ଷକୁ ହାରାହାରି ୧ କିଲୋଗ୍ରାମ ପରି ମହୁ ଖାଆନ୍ତି ।
  • ମହୁରେ ଥିବା ପରାଗ ପ୍ରୋଟୀନର ଏକ ଭଲ ସ୍ରୋତ ଅଟେ, ଖେଳାଳୀ କିମ୍ବା ଜୀମ କରୁଥିବା ବ୍ୟକ୍ତି ପରାଗର ଉପଯୋଗ କରନ୍ତି, ଏହା ବ୍ୟତୀତ ମହୁମାଛି ଏକ ମହତ୍ବପୂର୍ଣ୍ଣ ପଦାର୍ଥ ମହମ ଗ୍ରନ୍ଥି ବନେଇ ଥାଆନ୍ତି ।
  • ମହମର ଉପଯୋଗ ମହମ ବତୀ ତିଆରିରେ ଓ ବୈଜ୍ଞାନିକମାନଙ୍କ ଲାବୋରେଟୋରୀରେ ସ୍ପେସିମେନକୁ ସ୍ଥିର ଭାବରେ ରଖିବା ପାଇଁ ଓ ପ୍ରସାଧନ ସାମଗ୍ରୀ ତିଆରି କରିବାରେ ବ୍ୟବହାର କରାଯାଏ ।
  • ମହୁମାଛିଙ୍କ (weizen) କୁ (b-venom) ର ନାଁରେ ଜଣା ଯାଏ । ମହୁମାଛି ନିଜର ନାହୁଡ଼ ମାଧ୍ୟମରେ venom ବାହାର କରିଥାଆନ୍ତି, ଯାହା କି ଆମ ମାନଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ଥାଏ । ଏହାର ଉପଯୋଗ ଦ୍ଵାରା ଆଣ୍ଠୁ ଗଣ୍ଠି ରୋଗର ଉପଚାର କରାଯାଇଥାଏ, ଯାହା କି ଏହା ଅଧିକ ପ୍ରଭାବଶାଳୀ ଅଟେ ।