Advertisment

ବିଜେଡି ସଭାରେ କରୋନାକୁ କଟକଣାକୁ ଶକ୍ତ ଚଟକଣା ! ଗୁଆଘିଅ ଡ୍ୟାନ୍ସରେ ଦୋହଲିଲା ମଞ୍ଚ

କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନଥିବା ସହ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Viral Video

Viral Video

ଖଲ୍ଲିକୋଟ୍: ଖୋଦ୍ ବିଧାୟିକା ମାନୁନାହାନ୍ତି ରାଜ୍ୟ ସରକାରଙ୍କ ନିୟମ। କୋଭିଡ୍ ଗାଇଡ୍ ଲାଇନ୍ କଡ଼ାକଡ଼ି ପାଳନ ପାଇଁ ରାଜ୍ୟ ସରକାର କହୁଥିବା ବେଳେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏହି ନିୟମର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ବେଗୁନିଆପଡ଼ା ଏସ ଛାଚିନା ଠାରେ ରବିବାର ବିଧାୟିକା ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ। ମାତ୍ର କାର୍ଯ୍ୟକ୍ରମରେ ସାମାଜିକ ଦୂରତା ନଥିବା ସହ କାହାରି ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା।

Advertisment

ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଖାଲି ସେତିକି ନୁହେଁ, ସଭାସ୍ଥଳରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମ ଦେଖିବା ପାଇଁ ଶତାଧିକ ଲୋକେ ଭିଡ଼ ଜମାଇଥିଲେ। ତେବେ ଏ ସଂପର୍କରେ ବିଧାୟିକାଙ୍କୁ ଯୋଗାଯୋଗ କରାଯାଇଥିଲା ବିଧାୟିକା ଲତିକା ପ୍ରଧାନ କହିଛନ୍ତି, କୌଣସି କୋଭିଡ୍ ନିୟମର ଉଲ୍ଲଙ୍ଘନ ହୋଇ ନାହିଁ ସମସ୍ତେ ମାସ୍କ ପିନ୍ଧି ସଭାକୁ ଆସିଥିଲେ।

Covid Violation Video Viral Ganjam
Advertisment
Advertisment