/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646115326.jpg)
Covid Guidelines
ମାର୍ଚ୍ଚ ମାସ ପାଇଁ ଆସିଲା ଗାଇଡ୍ ଲାଇନ୍ । ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣମୀ, ହୋଲି ପାଳନ ନେଇ ଗାଇଡ୍ଲାଇନ୍ରେ ମିଳିଲା ଅନୁମତି । ମହାଶିବରାତ୍ରୀ ଏବଂ ଦୋଳ ପୂର୍ଣ୍ଣମୀ କୋଭିଡ୍ ଗାଇଡ୍ଲାଇନ୍ ଭିତରେ ପାଳନ କରାଯିବ । ଘର ଭିତରେ କେବଳ ପରିବାର ସଦସ୍ୟଙ୍କ ସହ ହୋଲି ପାଳନ ପାଇଁ ଅନୁମତି ମିିଳିଛି ।
ସର୍ବସାଧାରଣ ସ୍ଥାନ, ରାସ୍ତାଘାଟରେ ହୋଲି ପାଳନ ହୋଇପାରିବ ନାହିଁ । ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ, କ୍ରୀଡ଼ାକୁ ଅନୁମତି ମିଳିଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ, ମେଳା ଆଦି କୋଭିଡ୍ କଟକଣା ଭିତରେ କରାଯାଇପାରିବ । ତେବେ ଏହି ସବୁ କାର୍ଯ୍ୟକ୍ରମରେ କେତେ ଲୋକ ଏକାଠି ହୋଇ ପାରିବେ ସେନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ଏଥିପାଇଁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ପୋଲିସ କମିଶନର ନିଷ୍ପତ୍ତି ନେବେ ।
ନିର୍ବାଚନ କମିଶନଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ନିର୍ବାଚନ ପାଇଁ ରାଜନୈତିକ ସମାବେଶ, ବୈଠକ, ରାଲି କରାଯାଇପାରିବ । ବାହାଘର, ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମରେ ୫ଶହ ଲୋକ ଯୋଗଦେବା ପାଇଁ ଅନୁମତି ମିଳିଛି । ଶେଷକୃତ୍ୟ ବେଳେ ୨୫୦ ଲୋକ ଏକାଠି ହୋଇପାରିବେ । ବାହାଘର ଶୋଭାଯାତ୍ରା ପାଇଁ ଶହେ ଲୋକଙ୍କୁ ଅନୁମତି ମିଳିଥିବା ବେଳେ ଏଥିପାଇଁ ଲିଖିତ ଭାବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡ୍ଲାଇନ୍ରେ ସ୍ପଷ୍ଟ ଉଲ୍ଲେଖ ଅଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)