Advertisment

ବର୍ଷାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ଶାଶୂ ଘର ଚାବି ତୁରନ୍ତ ଫେରାଅ

ପୁଣି ବିବାଦୀୟ ମୋଡ ନେଇଛି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା ।  ବର୍ଷା ତାଙ୍କ ଶାଶୁଘର ଚାବି ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Barsha Anubhav Marital Discord

Barsha Anubhav Marital Discord

Advertisment

ପୁଣି ବିବାଦୀୟ ମୋଡ ନେଇଛି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା ।  ବର୍ଷା ତାଙ୍କ ଶାଶୁଘର ଚାବି ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନକରନ୍ତି ତେବେ ସେହି ଚାବିକୁ ବର୍ଷା କୋର୍ଟରେ ଜମା କରିବା ପାଇଁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ।

Advertisment

କୋର୍ଟଙ୍କ ପୂର୍ବ ଆଦେଶ ସତ୍ତ୍ୱେ ବର୍ଷା ତାଙ୍କ ଶାଶୁଘର ଚାବି ପ୍ରଦାନ କରି ନ ଥିଲେ। ଏହାକୁ ନେଇ ସାଂସଦ ଅନୁଭବ କୋର୍ଟରେ ବର୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହାସହ ବର୍ଷା ରୁଜୁ କରିଥିବା ଅନ୍ୟ ୨ ମାମଲାକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଅନୁଭବଙ୍କ ଟ୍ୱିଟ୍‌ ବାଣ: ଭାଇରାଲ୍‌ ଅଡିଓକୁ ନେଇ ପତ୍ନୀ ବର୍ଷାଙ୍କୁ ପ୍ରଶ୍ନ

Advertisment

ସୋସିଆଲ ମିଡିଆ ରେ ବିଭିନ୍ନ ମନ୍ତବ୍ୟ ନେଇ ଅନୁଭବ ଭିଡିଓ ସେୟାର କରିଥିଲେ।  ଏହା ବର୍ଷାଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିଥିବାରୁ ଏହାକୁ ନେଇ ଏକ ମାନହାନୀ ମକଦ୍ଦମା କରିବାକୁ କୋର୍ଟ ଆଦେଶ ଦେବାକୁ ବର୍ଷା ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ । ତେବେ ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି ଏସଡିଜେଏମ୍ କୋର୍ଟ  ।

ସେହିପରି ବର୍ଷାଙ୍କ ପକ୍ଷରୁ କୋର୍ଟରେ ଆଉ ଏକ ଆବେଦନ କରାଯାଇ ମୂଳ ଆବେଦନରେ କିଛି ସଂଶୋଧନ କରିବାକୁ ପ୍ରାର୍ଥନା କରାଯାଇଥିଲା । ମୂଳ ଆବେଦନରେ ପୁଣିଥରେ ସଂଶୋଧନ କଲେ ଅଯଥା ମାମଲା ଲମ୍ବିବ ବୋଲି କହିବା ସହ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

Advertisment
Barsha Priyadarshini MP Anubhab Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ