Advertisment

ସୁରୁଖୁରୁରେ ଜରୁରୀ ସାମଗ୍ରୀ ପରିବହନ ପାଇଁ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି...

ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାର ୩ ମାସର ମହଲତ ନେଇଛନ୍ତି। ଏହି ୩ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Control Room Number Established For Transportation Of Essential Foods

Control Room Number Established For Transportation Of Essential Foods

ଓଡ଼ିଶା ଡ୍ରାଇଭର ମହାସଂଘ ଆନ୍ଦୋଳନର ସମାଧାନ ପାଇଁ ରାଜ୍ୟ ସରକାର ୩ ମାସର ମହଲତ ନେଇଛନ୍ତି। ଏହି ୩ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଗତକାଲି ସନ୍ଧ୍ୟାରେ ହୋଇଥିବା ବୈଠକରେ ଏହା ସ୍ଥିର କରାଯାଇଛି। ସେପଟେ ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ମହାସଂଘ କହିଛି, ଗତକାଲି ଲିଖିତ ପ୍ରତିଶ୍ରୁତି ମିଳିଥିଲେ ବି ଆଜି ଚୁଡାନ୍ତ ନିଷ୍ପତ୍ତି ନେବୁ। 

Advertisment

ଅନ୍ୟପକ୍ଷେ, ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନରେ ଯେଉଁ ସମସ୍ୟା ହୋଇଥିଲା, ତା’ର ସମାଧାନ ପାଇଁ ରାଜ୍ୟ ସରକାର ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି। ଅନ୍ୟ ସଦସ୍ୟମାନେ ହେଲେ- ଡିଜିପି, ଉନ୍ନୟନ କମିଶନର, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ।

ଟାସ୍କଫୋର୍ସର ମୁଖ୍ୟ କାମ ହେଲା- ଜରୁରୀ ସାମଗ୍ରୀ ଗୁଡ଼ିକର ପରିବହନ କିପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ୩ଟି କଣ୍ଟ୍ରୋଲ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି। କଣ୍ଟ୍ରୋଲ ରୁମ୍‌ ଗୁଡ଼ିକ ହେଲା-ଷ୍ଟେଟ୍ ଏମର୍ଜେନ୍ସି ରେସ୍‌ପନ୍ସ ସେଣ୍ଟର। ଏହାର ଫୋନ ନମ୍ବର ହେଲା-୧୧୨ । ଟ୍ରାନ୍ସପୋର୍ଟ କମିଶନରଙ୍କ କାର୍ଯ୍ୟାଳୟରେ ହୋଇଥିବା କଣ୍ଟ୍ରୋଲ ରୁମ୍‌ ନମ୍ବର ହେଲା ୧୮୦୦-୩୪୫-୧୦୭୩। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ସ୍ଥାପନ କରାଯାଇଥିବା କଣ୍ଟ୍ରୋଲ ରୁମ୍‌ ନମ୍ବର ହେଲା-୦୬୭୪-୨୩୯୩୬୪୪।  ଏହି ଫୋନ ନମ୍ବର ୨୪ ଘଣ୍ଟା ଖୋଲା ରହିବ।

Advertisment

ଟାସ୍କଫୋର୍ସର ପ୍ରଥମ ବୈଠକରେ ବର୍ତ୍ତମାନର ସ୍ଥିତିର ଅନୁଧ୍ୟାନ କରାଯାଇଥିଲା। ସୁରୁଖୁରୁରେ ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଲୋକେ ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଥିବା ରାଜ୍ୟ ସରକାର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

Drivers Protest
Advertisment
Advertisment