Advertisment

ଡେଡ୍‌ଲାଇନ୍‌ ପୂର୍ବରୁ କାମ ସରୁନଥିବାରୁ ଠିକା ସଂସ୍ଥାକୁ ୪ କୋଟିର ଜରିମାନା

ଟେଣ୍ଡର ପାଇ ଗତ ୨୦୧୯ ମାର୍ଚ୍ଚରୁ ହାଇଦ୍ରାବାଦର "GVPR Engineer LTD" କାର୍ଯ୍ୟ ଆରମ୍ଭ କରିଥିଲା। କାର୍ଯ୍ୟ ଶେଷର ଅବଧି ଥିଲା ୨୦୨୧ ମାର୍ଚ୍ଚ।

author-image
Chandan Shishu
ଅଦ୍ୟତନ ହୋଇଛି
Project

Project

ନବରଙ୍ଗପୁର ଜିଲ୍ଲାରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବାରମ୍ବାର ବଦଳୁଛି କାର୍ଯ୍ୟଶେଷର ସମୟ ସୀମା। ୨୦୧୯ ସରି ୨୦୨୩ ବି ଚାଲୁଛି। ଏହି ୪ ବର୍ଷ ଭିତରେ ବାରମ୍ବାର ଡେଡଲାଇନ ବଦଳୁଥିଲେ ବି ସରୁନି ନିର୍ମାଣ କାର୍ଯ୍ୟ। ଶେଷରେ ପ୍ରକଳ୍ପ ନିର୍ମାଣ ଦାୟିତ୍ବରେ ଥିବା କମ୍ପାନୀକୁ ୪ କୋଟି ଟଙ୍କାର ଜରିମାନା କରିଛି ଜିଲ୍ଲା ପ୍ରଶାସନ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର, ପାପଡାହାଣ୍ଡି, କୋଷାଗୁମୁଡା ଓ ଚନ୍ଦାହାଣ୍ଡି ବ୍ଲକର ୫୩ଟି ପଞ୍ଚାୟତର ଜନସାଧାରଣଙ୍କ ପାଇଁ ୫୫୫.୪୨ କୋଟି ଟଙ୍କାର ୨ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା l ତେବେ ଟେଣ୍ଡର ପାଇ ଗତ ୨୦୧୯ ମାର୍ଚ୍ଚରୁ ହାଇଦ୍ରାବାଦର "GVPR Engineer LTD" କାର୍ଯ୍ୟ ଆରମ୍ଭ କରିଥିଲା। କାର୍ଯ୍ୟ ଶେଷର ଅବଧି ଥିଲା ୨୦୨୧ ମାର୍ଚ୍ଚ।

କିନ୍ତୁ ଏବେ ବି ଅଧିକାଂଶ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ। କାମ ସମ୍ପୂର୍ଣ୍ଣ ପାଇଁ ତୃତୀୟ ଥର ପାଇଁ ସମୟ ଅବଧି ବଢାଇବାକୁ ସଂପୃକ୍ତ କମ୍ପାନୀର ଅନୁରୋଧ ପରେ ଏବେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇଛି। ସମ୍ପୃକ୍ତ ଠିକା କମ୍ପାନୀ ଉପରେ ବଳକା ଟଙ୍କାର ୨ ପ୍ରତିଶତ ଅର୍ଥାତ ପ୍ରାୟ ୪ କୋଟି ଟଙ୍କା ଫାଇନ ପକାଇବା ସହ ସମୟ ସୀମା ବୃଦ୍ଧି କରାଯାଇଛି l ଆସନ୍ତା ଡିସେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ GVPR କମ୍ପାନୀକୁ ଡେଡଲାଇନ ଦିଆଯାଇଛି। ତେବେ ଏନେଇ ସଂପୃକ୍ତ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment
Advertisment