Advertisment

ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଅ: ସିପି

କୋଭିଡ ଗାଇଡଲାଇନ ଅନୁଯାୟୀ ୩୦ଟି ସର୍ତ୍ତ ଅନୁଯାୟୀ ଅନୁମତି ଦିଆଯାଉଛି ବୋଲି ଡିସିପି କହିଛନ୍ତି

author-image
Chandan Shishu
Commissionerate Police Warn

Commissionerate Police Warns

ଭୁବନେଶ୍ୱର: ରାଜଧାନୀରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛି କମିଶନରେଟ ପୋଲିସ। ବାହାଘର ଶୋଭାଯାତ୍ରାରେ ଡିଜେ ବାଜିଲେ ୦୬୭୪-୨୫୪୦୨୯୪ ନମ୍ବରରେ ଜଣାଇବାକୁ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

Advertisment

କୋଭିଡ଼ ଗାଇଡଲାଇନ ଅନୁସାରେ ଡିଜେ, ବାଣ ଉପରେ କଟକଣା ରହିଛି। ହେଲେ ବିବାହ ହେଉ କିମ୍ବା କୌଣସି ଶୋଭାଯାତ୍ରା ପାଇଁ ପୋଲିସ ନିକଟରୁ ଲାଇସେନ୍ସ ନେବାର ଆବଶ୍ୟକତା ଥାଏ। ଏଥିପାଇଁ କୋଭିଡ ଗାଇଡଲାଇନ ଅନୁଯାୟୀ ୩୦ଟି ସର୍ତ୍ତ ଅନୁଯାୟୀ ଅନୁମତି ଦିଆଯାଉଛି ବୋଲି ଡିସିପି କହିଛନ୍ତି।  

Bhubaneswar Commissionrate Police
Advertisment
Advertisment