Advertisment

ଏଣିକି ଜେଲ୍‌ରେ ରୋମାନ୍ସ କରିବେ କଏଦୀ, ମିଳିବ ୨ ଘଣ୍ଟା ସମୟ

ଏହି ଯୋଜନା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହ ଦାମ୍ପତ୍ୟ ଜୀବନକୁ ଆଗକୁ ନେବ।

author-image
Chandan Shishu
ଅଦ୍ୟତନ ହୋଇଛି
Punjab Prison

Prisoners in Punjab can now spend some time with their spouses

ଜେଲ୍‌ରେ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିପାରିବେ କଏଦୀ । ଏକଥା କାନକୁ ଅଶୋଭନୀୟ ହୋଇଥିଲେ ବି କଥାଟା ସତ, ତାହା ବି ପୁଣି ଭାରତରେ। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ସରକାର କଏଦୀମାନଙ୍କୁ ନିଜ ପାର୍ଟନରଙ୍କ ସହ ରୋମାନ୍ସ କରିବାକୁ ଅନୁମତି ଦେଇଛନ୍ତି। ଏଣିକି କଏଦୀମାନେ ଜେଲର ଚାରିକାନ୍ଥ ଭିତରେ ଥାଇବି ସେମାନଙ୍କ ଦାମ୍ପତ୍ୟ ଜୀବନକୁ ଆଗକୁ ବଢ଼ାଇ ପାରିବେ। ହେଲେ ଏଥିପାଇଁ ଅନେକ ସର୍ତ୍ତାବଳୀ ଓ ନିୟମ ମଧ୍ୟ ରହିଛି।

Advertisment

ଏଭଳି ଦାମ୍ପତ୍ୟ ରୋମାନ୍ସ ବ୍ୟବସ୍ଥା ଗୋଣ୍ଡିୱାଲ ସାହିବ, ନବହାରେ ଥିବା ନୂଆ ଜେଲ ଓ ଭାଟିଣ୍ଡାରେ ଥିବା ନୂଆ ଜେଲରେ ଲାଗୁ ହୋଇଛି। କଏଦୀମାନଙ୍କୁ ୨ ମାସକୁ ଏନେଇ ୨ ଘଣ୍ଟା ସମୟ ମିଳିବ। ଅର୍ଥାତ୍ କଏଦୀମାନେ ୨ ମାସରେ ୨ ଘଣ୍ଟା ପାଇଁ ଦାମ୍ପତ୍ୟ ଜୀବନ ଉପଭୋଗ କରିବାକୁ ସୁଯୋଗ ମିଳିବ। ଏଥିପାଇଁ ଜେଲ ବିଭାଗ ଗୋଟିଏ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରିଛି ଓ ଏଥିରେ ବାଥରୁମ ଆଟାଚ କରାଯାଇଛି। ଦୀର୍ଘଦିନ ହେଲା ଜେଲରେ ଥିବା କଏଦୀଙ୍କୁ ଏହି ଯୋଜନାର ଲାଭ ଉଠାଇବାକୁ ଅଗ୍ରାଧିକାର ଦିଆଯିବ। ଏହି ଯୋଜନା କଏଦୀଙ୍କ ମାନସିକ ଅବସ୍ଥାକୁ ଠିକ ରଖିବା ସହ ଦାମ୍ପତ୍ୟ ଜୀବନକୁ ଆଗକୁ ନେବ। ଏହାର ପ୍ରଭାବ ମଧ୍ୟ ଜଣେ କଏଦୀଙ୍କୁ ଉଚିତ ମାର୍ଗରେ ନେବାକୁ ସହାୟକ ହେବ ବୋଲି ବିଭାଗ ଆଶା ରଖିଛି।

ଜଣେ ମହିଳା/କିମ୍ବା ପୁରୁଷଙ୍କୁ ପ୍ରଥମେ କଏଦୀଙ୍କ ସହ ତାଙ୍କର ବିବାହ ହୋଇଛି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସେହିପରି ସେ ଏଚଆଇଭି କିମ୍ବା ଅନ୍ୟ ଯୌନ ସଂକ୍ରମଣ ରୋଗରେ ଆକ୍ରାନ୍ତ ନ ଥିବା ରିପୋର୍ଟ ଦେଖାଇବେ। ଏଥିସହ କୋଭିଡ୍‌ ନେଗେଟିଭ ରିପୋର୍ଟ ମଧ୍ୟ ସାଙ୍ଗରେ ଆଣିବାକୁ ପଡ଼ିବ। ଏହାକୁ ଯାଞ୍ଚ କରିବା ପରେ ହିଁ ଜଣେ ପୁରୁଷ କିମ୍ବା ମହିଳାଙ୍କୁ ଜେଲରେ ଥିବା ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ମିଳିବ।

Advertisment

ତେବେ ସମସ୍ତ ହାର୍ଡକୋର ଅପରାଧୀ, ଗ୍ୟାଙ୍ଗଷ୍ଟର ଓ ଯୌନ ନିର୍ଯାତନା ଭଳି ଅପରାଧରେ ଗିରଫ ହୋଇଥିବା କଏଦୀଙ୍କୁ ଏହି ସ୍ୱତନ୍ତ୍ର ସୁବିଧା ମିଳିବ ନାହିଁ।ଏପରି ବ୍ୟବସ୍ଥା ବହୁ ପୂର୍ବରୁ ଆମେରିକା, ଜର୍ମାନୀ, କାନାଡା, ପାକିସ୍ତାନ, ଅଷ୍ଟ୍ରେଲିଆ, ବ୍ରାଜିଲ, ଫ୍ରାନ୍ସ ଓ ଡେନମାର୍କ ଭଳି ଦେଶରେ ଲାଗୁ ହୋଇଛି। ଏବେ ଭାରତର ପ୍ରଥମ ରାଜ୍ୟ ଭାବେ ପଞ୍ଜାବରେ ପରୀକ୍ଷାମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଇଛି।

Prisoners In Punjab Punjab Prison Dept
Advertisment
Advertisment