Advertisment

ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଆଡମିଶନ ପାଇଁ ଆବଶ୍ୟକ ପଡ଼ୁଥିବା ଟଙ୍କା ପାଖରେ ନଥିବାରୁ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ

author-image
Chandan Shishu
ଅଦ୍ୟତନ ହୋଇଛି
Tarachan Rana

Tarachan Rana

ବଲାଙ୍ଗିର: ଛାତ୍ରଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ପୂରଣ କଲେ ମୁଖ୍ୟମନ୍ତ୍ରୀ। ବଲାଙ୍ଗିର ସିନ୍ଧେକେଲା ବଡ଼ପଡ଼ା ଗାଁର ତାରାଚାନ ରଣା ଅର୍ଥଭାବରୁ ଇଞ୍ଜିନିୟରିଂରେ ଆଡମିଶନ୍ କରିପାରିନଥିଲେ। ମେଧାବୀ ତାରାଚାନଙ୍କ ଜେଇଇ ମେନ୍‌ରେ ୯୯ ପ୍ରତିଶତରୁ ଅଧିକ ମାର୍କ ରଖିଥିଲେ। NIT ୱାରଙ୍ଗଲ୍‌ରେ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ତେବେ ଆଡମିଶନ ପାଇଁ ଆବଶ୍ୟକ ପଡ଼ୁଥିବା ଟଙ୍କା ପାଖରେ ନଥିବାରୁ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ତାରାଚାନଙ୍କ ପାଇଁ ୯୬ ହଜାର ୫ ଶହ ଟଙ୍କା ପ୍ରଦାନ କରି NITରେ ପଢ଼ିବା ସ୍ୱପ୍ନକୁ ପୂରଣ କରିଛନ୍ତି। ତାରାଚାନ୍‌ଙ୍କ ବାପା ଜଣେ ଚାଷୀ। ଆର୍ଥିକ ଅନଟନ ଭିତରେ ସେ ନିଜ ପାଠ ପଢ଼ା ଜାରି ରଖିଛନ୍ତି।

ଏନେଇ ତାରଚନ୍‌ କହିଛନ୍ତି ଯେ ଇଂଜିନିୟରିଂ ଆଡମିଶନ୍‌ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଗତ ୨୧ ତାରିଖରେ ଚିଠି ଲେଖିଥିଲି। ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ମୋ ପାଖକୁ ଫୋନ୍‌ ଆସିଥିଲା। ଆବଶ୍ୟକ ପଡୁଥିବା ଟଙ୍କା ପ୍ରଦାନ କରିଛନ୍ତି। 

Advertisment
CMO NIT Bolangir
Advertisment
Advertisment