• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକର ଲେଡିଜ୍ ହଷ୍ଟେଲ କେତେ ସୁରକ୍ଷିତ ? ହଷ୍ଟେଲରେ ଥିବା ବାଥରୁମ, ଲେନସ ପ୍ରୋଟେକ୍‌ଟେଡ ତ ?  ନା ଲୁଚି ରହିଛି ସ୍ପାଏ କ୍ୟାମ୍ ? ରୁମ୍ ମେଟ୍ କେତେ ବିଶ୍ୱସ୍ତ ? ଏଭଳି ଅନେକ ପ୍ରଶ୍ନ ଆଉ ସନ୍ଦେହରେ ଅନ୍ତେବାସୀ । ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ ହେବା ପରେ ଉଠିଛି ଏଭଳି ପ୍ରଶ୍ନ ।

ଓଡିଶାର ଏକ ମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ଏହି ଘଟଣାକୁ ଗୁରୁତ୍ୱର ଭାବେ ନେଇଛନ୍ତି ଉଭୟ ଛାତ୍ରୀ ଏବଂ କର୍ତ୍ତୃପକ୍ଷ । ସେଥିପାଇଁ ସାଇବର ସିକ୍ୟୁରିଟି ସଂପର୍କରେ ସଚେତନ କରିବାକୁ ୫ ହଷ୍ଟେଲ ସୁପରିଟେଣ୍ଡଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୁଳପତି । ଏହା ବାଦ୍ ଏ ଦିଗରେ ଛାତ୍ରୀମାନେ ନିଜେ ସଜାଗ ରହିବା ପାଇଁ ସଚେତନ କରିବାକୁ ହଷ୍ଟେଲ ୱାର୍ଡନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କୁଳପତି କହିଛନ୍ତି ।

ସେହିଭଳି ଫକୀର ମୋହନ, ରେଭେନ୍ସା, ଗଙ୍ଗାଧର ମେହେର ଭଳି ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ବି ଏଭଳି ଘଟଣା ନଘଟିବା ଲାଗି ପଦକ୍ଷେପ ନେଉଥିବା କହିଛନ୍ତି କର୍ତ୍ତୃପକ୍ଷ ।

କାହିଁକି କ୍ୟାମେରା ସହ ଏଭଳି ଖେଳ ଖେଳୁଛନ୍ତି ଯୁବ ପିଢି । କାହାର ବ୍ଲାକ୍ ମେଲିଂର ଶିକାର ହୋଇ ଏଭଳି କାଣ୍ଡ କରୁଛନ୍ତି ନା ରୁଗ୍ନ ମାନସିକତା । ହଷ୍ଟେଲ୍‌ରେ ଗୋଟିଏ ଛାତ ତଳେ ରହି ଘନିଷ୍ଠତା ବଢୁଛି ହେଲେ ଘନିଷ୍ଠତା ବଢାଇ ବନ୍ଧୁଙ୍କ ପଛରେ କାହିଁକି ଆଉ ଜଣେ ବନ୍ଧୁ ବିଶ୍ୱାସଘାତକ କରୁଛି । ଅନ୍ୟପଟେ ଛାତ୍ରୀମାନଙ୍କ ଯୁକ୍ତି ହେଲା କର୍ତ୍ତୃପକ୍ଷଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ରହୁଛି । କମନ୍ ବାଥ ରୁମ୍‌କୁ ଯେପରି କେହି ମୋବାଇଲ୍ କି କ୍ୟାମେରା ନେଇ ପ୍ରବେଶ କରିପାରିବେନି ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଅଛି । ତାସହ ହଷ୍ଟେଲକୁ ବାହାର ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବା ଉଚିତ ।