• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ: ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ସିଡିଏସ୍ ବିପିନ ରାଓ୍ୱତ । ୨୦୧୭ ନଭେମ୍ବର ୨୫ ତାରିଖରେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇଥିଲେ । ସାଥିରେ ଥିଲେ ତାଙ୍କର ଧର୍ମପତ୍ନୀ । ତାଙ୍କୁ ଶ୍ରୀମନ୍ଦିର ସମ୍ପର୍କରେ ଟିକିନିଖି ବୁଝାଇଥିଲେ ଡିଫେନ୍ସ ପଣ୍ଡା ରାମଚନ୍ଦ୍ର ପୁରାଣ ପଣ୍ଡା । ବିପିନ ରାଓ୍ୱତ ଦୁଇଥର ଶ୍ରୀମନ୍ଦିର ଆସି ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଥିଲେ ।

ଯେତେବେଳେ ରାମଚନ୍ଦ୍ର ତାଙ୍କର ମୃତ୍ୟୁ ହୋଇଥିବା ଖବର ଜାଣିଲେ ସ୍ତବ୍ଧ ହୋଇଯାଇଥିଲେ । କାରଣ କିଛିଦିନ ତଳେ ତାଙ୍କ ସହ କଥା ହୋଇ ଶ୍ରୀମନ୍ଦିର ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଆସିବା ପାଇଁ ହେଲେ ଭାଗ୍ୟର ବିଡ଼ମ୍ବନା ସେ ଆଉ ନାହାନ୍ତି ।

ରାମଚନ୍ଦ୍ର ପଣ୍ଡା ଆହୁରି କହିଛନ୍ତି ଯେ, ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଯେଉଁଭଳି ଆବେଗ ଥିଲା ତାହା ଅନ୍ୟ କୌଣସି ଯବାନଙ୍କ ପାଖରେ ଦେଖିବାକୁ ମିଳେନି । ଅନେକ ବଡ଼ ବଡ଼ ଲୋକ ପୁରୀ ଆସିଛନ୍ତି ।  ସେନାବହାନୀର ମଧ୍ୟ ଅନେକ ଲୋକ ପ୍ରଭୁଙ୍କ ଆଶିଷ ପାଇଁ ଆସିଛନ୍ତି । ହେଲେ ଶ୍ରୀ ରାୱତଙ୍କର ଯେଉଁଭଳି ଆବେଗ ରହିଥିଲା, ତାହା ଅନ୍ୟ କାହା ପାଖରେ ଦେଖିବାକୁ ମିଳିନି । ସେ କୁହନ୍ତି ଲଭ୍‌ ଅଫ୍‌ ଗଡ୍‌ । ତାଙ୍କର ଏହି ଉକ୍ତିକୁ ସହଜରେ ରାମଚନ୍ଦ୍ର ବୁଝିପାରି ନାଥିଲେ । କନ୍ତୁ ଏବେ ସେ ବୁଝିଛନ୍ତି ଯେ, ଲଭ୍‌ ଅଫ୍‌ ଗଡ୍‌ କ’ଣ । ଭଗବାନ ତାଙ୍କୁ ଭଲ ପାଆନ୍ତି ତେଣୁ ସେ ତାଙ୍କୁ ନିଜ ପାଖକୁ ନେଇ ଯାଇଛନ୍ତି ବୋଲି କହିଛନ୍ତି ଡିଫେନ୍ସ ପଣ୍ଡା ।

ସୂଚନାଯୋଗ୍ୟ, ଗତକାଲି ତାମିଲନାଡୁ କୁନ୍ନୁରରେ ବାୟୁ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଯାତ୍ରା କରୁଥିଲେ । ଏହାସହ ଅନ୍ୟ ୧୨ ଜଣ ମଧ୍ୟ ସେହି ହେଲିକପ୍ଟରରେ ଥିଲେ । ମୋଟ ୧୪ ଜଣ ହେଲିକପ୍ଟରରେ ଯାତ୍ରା କରୁଥିବା ବେଳେ ହଠାତ୍‌ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଅନ୍ୟ ଜଣକ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ୧୩ ଜଣ ମୃତକଙ୍କ ମଧ୍ୟରେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧ୍ୟ ରହିଛନ୍ତି ।

ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସଚ୍ଚା ଦେଶ ଭକ୍ତ ଓ ଜଣେ ସାହସୀ ଯୋଦ୍ଧା ଥିଲେ । ଭାରତ ପାଇଁ ଅନେକ ଲଢ଼େଇରେ ସେ ସାମିଲ ଥିଲେ । ଏମିତିକି ଅନେକ ଲଢ଼େଇରେ ସେ ନେତୃତ୍ୱ ନେଇ ଭାରତକୁ ସଫଳତା ମଧ୍ୟ ଦେଇଛନ୍ତି । ସେ ଅତ୍ୟନ୍ତ ବିଚକ୍ଷଣ ଥିଲେ । ତାଙ୍କ ବୁଦ୍ଧି ଆଗରେ ଶତ୍ରୁ ପକ୍ଷର ସବୁ ଚାଲ୍‌ ଫେଲ ମାରୁଥିଲା ।