/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637573402.jpg)
Girish Chandra Murmu
ଭୁବନେଶ୍ୱର: ଏଣିକି ଆଉ ମନ ଇଚ୍ଛା ଟଙ୍କା ଖର୍ଚ୍ଚ କରିପାରିବେନି ସରକାର । କେନ୍ଦ୍ର ସରକାର ଦେଉଥିବା ଅର୍ଥ ଏଣିକି ନିଜ ଇଚ୍ଛା ମୁତାବକ ଖର୍ଚ୍ଚ କରିପାରିବେ ନାହିଁ ରାଜ୍ୟ ସରକାର । କାରଣ କେନ୍ଦ୍ରର ଟଙ୍କା ଉପରେ ନଜର ରଖିବେ ସିଏଜି । କେଉଁ ବିଭାଗକୁ କେତେ ଟଙ୍କା ଦେଉଛି କେନ୍ଦ୍ର ଆଉ ସେହି ଟଙ୍କାକୁ କିପରି ଭାବେ ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର ? ଏହା ଉପରେ ସିଏଜିଙ୍କର ରହିବ ତିକ୍ଷ୍ନ ନଜର । ଖଣିଠାରୁ ଆରମ୍ଭ କରି ପଞ୍ଚାତିରାଜ ବିଭାଗ ପର୍ଯ୍ୟନ୍ତ ସବୁଥିରେ ନଜର ସିଏଜିଙ୍କର ରହିବ ନଜର ।
ପ୍ରାକୃତିକ ସମ୍ପଦର ଅଡିଟ୍ କରିବେ ସିଏଜି । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବେ ସିଏଜି । ଆଜି ଏନେଇ ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ସେହିପରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ବି ସିଏଜି ନିଜ ଅଡିଟ୍ରେ ସାମିଲ କରିବେ । ଫଳରେ ଲୋକାଲ ବଡିର ରିଅଲ ଟାଇମ ଅଡିଟ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି ? ତାହାର ସବିଶେଷ ଅଡିଟ୍ କରାଯିବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ତାହାର ସୁଧାର କରିବାକୁ ବ୍ୟବସ୍ଥା କରାଯାଇପାରିବ ବୋଲି ସିଏଜି କହିଛନ୍ତି । ଆଜି ଭୁବନେଶ୍ୱର କେଶରୀ ନଗରରେ ନୂଆ AG ଅଫିସ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)