• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆମ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାରୁ ଝୁଙ୍କ୍ ଆଗରେ ଫିକା ପଡ଼ିଯାଏ ଆଧୁନିକ ଚଳଣୀ ଓ ଚାକଚକ୍ୟଭରା ପରିବେଶ । ଏବେକାର ଆଧୁନିକ ଯୁଗରେ ବି ବିବାହ ବେଳେ ପୁରୁଣା ପରଂପରାକୁ ଗ୍ରହଣ କରି ନେଇ ପାରନ୍ତି ଆଜିକା ଦିନର ଅତ୍ୟାଧୁନିକ ଦମ୍ପତି । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ଏକ ଦମ୍ପତି ବିଳାସପୂର୍ଣ୍ଣଯାନ ବାହାନ ଛାଡ଼ି, ଶଗଡ଼ ଗାଡ଼ି ଓ ଘୋଡ଼ା ସବାରୀରେ ବିବାହ କରି ଏବେ ଚର୍ଚ୍ଚାରେ ।

୨୦୨୩ରେ ଆଗକାଳ ଭଳି ବିବାହ ଶୋଭାଯାତ୍ରାର ଚିତ୍ର । ବିଳାସପୂର୍ଣ୍ଣ କାର ବଦଳରେ ପୁରୁଣାକାଳିଆ ଶଗଡ଼ ଗାଡ଼ି ଆଉ ଶୀତତାପ ନିୟନ୍ତ୍ରିତ ଆବଦ୍ଧ ସ୍ଥାନ ବଦଳରେ ବାଉଁଶ ପାତିଆର ଆଢୁଆଳ । ତାରି ଭିତରେ ବୋହୂ ଯାଉଛି ଶାଶୁଘର । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଙ୍କତରା ଗାଁର ଏ ଦୃଶ୍ୟ ଆଜି ଦିନରେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ ।

ତେବେ ନିଜ ବିବାହକୁ ସବୁଦିନ ପାଇଁ ସ୍ମରଣୀୟ କରିବାକୁ ଏମିତି ନିଷ୍ପତ୍ତି ନେଇଥିଲେ ବାଙ୍କତରା ଗାଁର ଏକ ନବ ବିବାହିତ ଦମ୍ପତି । ପୁଅ ବରବେଶରେ ସଜ ହୋଇ ଘୋଡ଼ାରେ ବସି ଗାଁ ପରିକ୍ରମା କରିଥିବା ବେଳେ ଝିଅ କନ୍ୟା ବେଶରେ ଶାଶୁଘରକୁ ଏମିତି ସୁସଜ୍ଜିତ ଶଗଡ଼ ଗାଡ଼ିରେ ଆସିଥିଲା । ପିଲାଦିନୁ ସହପାଠୀ ଥିବା ଓ ବଡ଼ ହେବା ପରେ ପରସ୍ପରକୁ ଭଲ ପାଇ ବିବାହ କରିଥିବା ମହେନ୍ଦ୍ର ଓ ସରିତା, ଉଭୟ ଉଚ୍ଚଶିକ୍ଷିତ । ଦୁଇ ଜଣ ଯାକ ଭୁବନେଶ୍ୱରରେ ଭିନ୍ନ ଭିନ୍ନ ବହୁ

ରାଷ୍ଟ୍ରୀୟ କମ୍ପାନୀର ଚାକିରି କରନ୍ତି ।

ତେବେ ଆଜିକା ଦିନରେ ଏଭଳି ପୁରୁଣା କାଳିଆ ଢଙ୍ଗରେ ବିବାହ କରିବା ପଛରେ ଥିଲା ଆମ ହଜିଲା ସଂସ୍କୃତିକୁ ବଞ୍ଚାଇ ରଖିବାର ଝୁଙ୍କ୍ । ନିଜ ମା’ ଓ ଜେଜେମାଙ୍କ ବିବାହ ବେଳର ସ୍ମୃତିକୁ ପୁନର୍ଜିବିତ କରିବା ସହ ଏ ପରମ୍ପରାକୁ ଆଗକୁ ନେବାକୁ ମହେନ୍ଦ୍ର ନିଜେ ଯୋଜନା ପ୍ରସ୍ତୁତ କରିଥିଲେ । ଆଉ ତାଙ୍କ ନିଷ୍ପତ୍ତିରେ ସହମତ ହୋଇଥିଲେ ସରିତା । ତା ପରେ ନବବଧୂ ଶଗଡ଼ ଗାଡ଼ିରେ ଶାଶୁଘର ଯିବା ଲାଗି ସବୁ ପ୍ରକାର ବନ୍ଦୋବସ୍ତ ହୋଇଥିଲା ।

ଗଞ୍ଜାମରୁ ରାଜେଶ ପଣ୍ଡାଙ୍କ ରିପୋର୍ଟ ଓଟିଭି