• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ିବା ଘଟଣାରେ ୨ ମୃତ । ଏନେଇ ସୂଚନା ଦେଲେ ଡିସିପି ପ୍ରତୀକ ସିଂ । ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ ସାଇଡ୍ ୱାଲ୍ ଭୁଶୁଡ଼ିଲା । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି ଓଡ୍ରାଫ୍ ଟିମ୍ ।

ଭଗ୍ନାଂଶ ତଳୁ ୩ ଜଣଙ୍କୁ ଉଦ୍ଧାର କରି SCB ନିଆଗଲା । ଉଦ୍ଧାର ୩ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ସୂଚନା । ପୋଲ ତଳେ ଆଉ କିଛି ଲୋକ ଚାପି ରହିଥିବା ଆଶଙ୍କା ।

ପୋଲ ଭୁଶୁଡ଼ିଥିବା ସ୍ଥାନରେ ପହଞ୍ଚିଲେ କଟକ ଜିଲ୍ଲାପାଳ । କହିଲେ ଏହା ଏକ ଦୁଃଖଦ ଘଟଣା । ଏହି ଘଟଣା କାହିଁକି ଘଟିଲା, କେମିତି ଘଟିଲା ? ସେନେଇ ତଦନ୍ତ କରାଯିବ । ତଦନ୍ତ କିଏ କରିବ ସେନେଇ ସରକାର ନିଷ୍ପତ୍ତି ନେବେ । ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଜିଲ୍ଲାପାଳ । ତେବେ ଏହି  ପୋଲ କାମ କେଉଁ ସଂସ୍ଥା ଦାୟିତ୍ୱରେ ରହିଛି ସେନେଇ ଜିଲ୍ଲାପାଳ କିଛି ଜାଣିନଥିବା କହିଛନ୍ତି । ବିସ୍ତୃତ ତଦନ୍ତ ପରେ ଏନେଇ କୁହାଯାଇପାରିବ । 

ଅନ୍ୟପଟେ କଟକ ସିଏମ୍‌ସି କମିଶନର ବି ସମାନ କଥା କହିଲେ । ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ନେଇ ତଦନ୍ତ କରିଛନ୍ତି । ତାଙ୍କ କହିବାନୁଯାୟୀ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଶ୍ରମିକ ବୋଲି ପ୍ରାଥମିକ ରିପୋର୍ଟରୂ ସୂଚନା ରହିଛି । ଆହତ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ବବସାୟୀ ନାହାନ୍ତି ବୋଲି ସିଏମ୍‌ସି କମିଶନର କହିଛନ୍ତି ।

ତେବେ ଘଟଣାସ୍ଥଳରୁ ଯାହା ଖବର ଆସୁଛି, ଏବେ ମଧ୍ୟ ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା ରହିଛି । ଓଡ୍‌ରାଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଓଡ୍‌ରାଫ୍‌ ଟିମ୍‌ ସହ ଆଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି କଟକ ଡିସିପି ।

ପ୍ରତ୍ୟେକ ଦିନ ଏହି ସମୟରେ ୫୦ ରୁ ୬୦ ବ୍ୟବସାୟୀ ଏହି ପୋଲ ତଳେ ବସି ବ୍ୟବସାୟ କରିଥାନ୍ତି । ତେଣୁ ଏବେ ସୁଦ୍ଧା କେତେ ଜଣ ପୋଲ ତଳେ ଚାପି ହୋଇ ରହିଛନ୍ତି ତାହାର ସ୍ପଷ୍ଟ ସୂଚନା ଆସି ନାହିଁ । ପୋଲ ଭୁଶୁଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।