• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁଶୁଡିଲା ବ୍ରିଜ, ତଳକୁ ଖସିଲା କାର। କଳାହାଣ୍ଡିି ଥୂ.ରାମପୁର ରାସ୍ତା ସାଇଧାମ ନିକଟରେ ଘଟିଛି ଏ ଅଘଟଣ। ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାରେ ଥିବା ଏହି ବ୍ରିଜ ଦେଇ ୨ଟି କାର ଯାଉଥିବା ବେଲେ, ଅଚାନକ ବ୍ରିଜଟି ଖସିପଡିଥିଲା। ଫଳରେ କାର ଭିତରେ ଜଣେ ଶିଶୁଙ୍କ ସମେତ ୫ଜଣ ଯାତ୍ରୀ ଫସିରହିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାର ଏହି ବ୍ରିଜ ଉପରେ ଦୈନିକ ବହୁ ଗାଡ଼ି ଯାତାୟତ କରୁଥିବା ବେଳେ, ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଭବାନୀପାଟଣାରୁ ଥୂ.ରାମପୁର ରାସ୍ତାର ଏହି ବ୍ରିଜ ଉପରେ ଦୈନିକ ବହୁ ଗାଡ଼ି ଯାତାୟତ କରିଥାଏ। ଏଠାରେ ଅନ୍ୟ ବିକଳ୍ପ ରାସ୍ତା ନାହିଁ। ବ୍ରିଜ ଗଳିପଡିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭବାନୀପାଟଣା ଠାରୁ ୩ କିଲୋମିଟର ଦୂରରେ ରହିଛି ଏହି ବ୍ରିଜ୍। ଏହି ପୁରୁଣା ବ୍ରିଜ୍‌ କିଛିଦିନ ତଳେ ମରାମତି କରାଯାଇଥିଲା। ନୂଆ ବ୍ରିଜ୍‌ ନିର୍ମାଣ କରିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଥିଲେ ହେଁ ପ୍ରଶାସନ ଶୁଣି ନ ଥିଲା। ଏହାଛଡ଼ା ବ୍ରିଜ୍ ମରାମତି କାମ ନିମ୍ନମାନର ହୋଇଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି।

ସେପଟେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଜେସିବି ଜରିଆରେ ଦୁର୍ଘଟଣାଗ୍ରସ୍ତ କାର୍‌ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମୋଟର ଠିଆ ହୋଇ ରହିଛି। ଲୋକଙ୍କ ପ୍ରବଳ ଭିଡ଼ ଜମିବା ସହ ଅସନ୍ତାଷ ପ୍ରକାଶ ପାଇଛି।

 

OTV is now on Whatsapp

Join and get latest news update delivered to you via whatsapp

Join Now