• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିବାହ ଏକ ଖୁସିର ଦିନ । ସେହି ଦିନକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହାନ୍ତି । ଅନ୍ୟମାନଙ୍କଠାରୁ ନିଆରା କରିବାକୁ ଚାହାନ୍ତି । ଏପରି ସ୍ଥଳେ ଯଦି କ୍ରିକେଟରେ ଟିମ୍ ଇଣ୍ଡିଆ ବଡ଼ ବିଜୟ ହାସଲ କରେ, ତେବେ ତାହା ଆହୁରି ସ୍ମରଣୀୟ ନିଶ୍ଚିତ ହେବ ।

ଉତ୍ତରପ୍ରଦେଶ ମୋରଦାବାଦରେ ବାହାଘର ରିସେପସନ୍ ଚାଲିଥିଲା । ଠିକ ଏହି ସମୟରେ ହିଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ବଡ଼ ବିଜୟ ହାସଲ କରିଥିଲା । ଏଣୁ ଏକ ନିଆରା ଢଙ୍ଗରେ ଟିମ୍ ଇଣ୍ଡିଆର ବିଜୟକୁ ସେଲିବ୍ରେଟ କରିଛନ୍ତି ନବବିବାହିତ ଦମ୍ପତି ।

ଗତକାଲି ହିଁ ସେମାନଙ୍କ ବାହାଘରର ରିସେପସନ୍ ଥିଲା । ଗତକାଲି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ମଧ୍ୟ ଏକ ସ୍ମରଣୀୟ ବିଜୟ ହାସଲ କରିଛି । ତେଣୁ ଷ୍ଟେଜରେ ହିଁ ସେମାନେ ଟିମ୍ ଇଣ୍ଡିଆର ବିଜୟର ସେଲିବ୍ରେସନ କରିଛନ୍ତି ।