/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708137812.jpg)
Begging Door to Door
ଡାକ୍ତରଖାନାରୁ ମୃତଦେହ ଆଣିବାକୁ ଗାଁ ସାରା ବୁଲି ବୁଲି ଭିକ ମାଗୁଛନ୍ତି କିଛି ଯୁବକ। ସେମାନେ କହୁଛନ୍ତି, ଯିଏ ଯାହା ପାରୁଛ, କିଛି ଭିକ୍ଷା ଦିଅ। ସେଥିରେ ରାଉରକେଲାର ହସପିଟାଲରୁ ଗାଁକୁ ମୃତଦେହ ଆସିପାରିବ, ଶେଷକୃତ୍ୟ କରାଯିବ, ତା ସହିତ ହସପିଟାଲରେ ଯେଉଁମାନେ ଅଛନ୍ତି, ସେମାନଙ୍କ ଚିକିତ୍ସା କରାଯାଇପାରିବ।
ବଲାଙ୍ଗିର ବେଲପଡ଼ା ଥାନା କାନୁଟ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।ଗତ ୧୦ ତାରିଖରେ ଗାଁର ଅଦା ବରିହାଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧୨ ତାରିଖରେ ରାଉରକେଲାର ଏକ ଘରୋଇ ହସପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଗୋଟିଏ ପରିବାରର ମାଆ, ପୁଅ ଓ ଖୁଡି ଅଛନ୍ତି।
କିନ୍ତୁ ରାଉରକେଲାରୁ ମୃତଦେହ ଆଣିବାକୁ ପରିବାର ପକ୍ଷରେ ସମ୍ବଳ ନାହିଁ। ତେଣୁ ଗାଁର ଯୁବକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ବୁଲି ବୁଲି ସମସ୍ତଙ୍କୁ ଭିକ୍ଷା ମାଗୁଛନ୍ତି। ପରିବାରକୁ କ୍ଷତିପୂରଣ ଦାବି କରି ଗାଁ ଲୋକେ ବଲାଙ୍ଗିର-କଣ୍ଟାବାଂଜି ରାସ୍ତା ଅବରୋଧ କରିଥିଲେ। ବେଲପଡ଼ା ବିଡିଓ ଓ ତହସିଲଦାର ସରକାରୀ ସହାୟତା ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)