• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖାଲି ଓଡ଼ିଶା ନୁହେଁ ସାରା ଦେଶ ଏବଂ ବିଦେଶରେ ବି ବୋଲବମ୍‌ ଭକ୍ତଙ୍କୁ ଦେଖିବାକୁ ମିଳିଛି । ପବିତ୍ର ଶ୍ରାବଣ ମାସରେ ସୁଦୂର ଇଂଲଣ୍ଡରେ ବି ପାଳନ ହେଲା ବୋଲବମ ପରମ୍ପରା । କାଉଡ଼ିଆ ହୋଇ ପାଣି ଉଠେଇଲେ ଆଉ ପ୍ରଭୁ ଶିବଙ୍କୁ ଜଳଲାଗି କଲେ, ସେଠାରେ ରହୁଥିବା ଓଡ଼ିଆ ତଥା ଭାରତୀୟ ଶୈବ ଭକ୍ତ ।

ଇଂଲଣ୍ଡର ସିଟି ଅଫ୍ ବାଥ୍‌ରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭବ୍ୟ ମନ୍ଦିର । ଏହି ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ହିନ୍ଦୁ କମ୍ୟୁନିଟକୁ ନେଇ ଆୟୋଜନ ହୋଇଥିଲା ବୋଲବମ୍ କାର୍ଯ୍ୟକ୍ରମ । ଯେଉଁଥିରେ ଶତାଧିକ ଶ୍ରଦ୍ଧାଳୁ ଭାଗ ନେଇ ପ୍ରଭୁ ଶିବଙ୍କୁ ଜଳଲାଗି କରିଥିଲେ । ଭକ୍ତମାନେ ଯେଉଁ ସ୍ଥାନରୁ ଜଳ ଉଠାଇଥିଲେ ତାହାର ନାମ ହେଉଛି ରୋମାନ୍ ବାଥ୍ । ଏହା ଏକ ଉଷ୍ମ ପ୍ରସ୍ରବଣ ।

ଗରମ ପାଣି ବାହାରୁଥିବା ଏହି ଜଳଉତ୍ସଟି ରୋମାନ ଦେବତା ସୁଲିସଙ୍କ ନାମରେ ନାମିତ କରାଯାଇଛି । ବୋଲବମ ଭକ୍ତମାନେ ଏହିଠାରୁ ପବିତ୍ର ଜଳ ସଂଗ୍ରହ କରି ଚାଲି ଚାଲି ମନ୍ଦିର ଯାଏଁ ଯାଇଥିଲେ । ସେଠାରେ ପ୍ରଭୁ ଶିବଙ୍କ ରୁଦ୍ରାଭିଷେକ କରଇଥିଲେ । ବୋଲବମ୍ ପରମ୍ପରା ଓ ନୀତି ସରିବା ପରେ ଭକ୍ତଙ୍କ ପାଇଁ ସେଠାରେ ଭଜନ କୀର୍ତ୍ତନ ଓ ପ୍ରସାଦ ସେବନର ଆୟୋଜନ ମଧ୍ୟ କରାଯାଇଥିଲା । ସାଥୀମାନଙ୍କ ସହ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ନେଇଥିଲେ ସିଟି ଅଫ୍ ବାଥ୍‌ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ଅନ୍ୟତମ ଟ୍ରଷ୍ଟି ସୁସ୍ମିତା ରାଜହଂସ ।