Advertisment

ରାଗିଂ ସହି ନପାରି ୫ ମହଲା ଛାତରୁ ଡେଇଁଲେ ଡାକ୍ତରୀ ଛାତ୍ର?

ଦୁର୍ଘଟଣା ନା ଅନ୍ୟ କାରଣରୁ ଛାତରୁ ଖସିପଡ଼ିଲେ ତାହା ଜଣାପଡ଼ିନି।

author-image
Chandan Shishu
ଅଦ୍ୟତନ ହୋଇଛି
Medical student Dies

Medical student Dies

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଘଟଣ। ମେଡିକାଲ କଲେଜର ହଷ୍ଟେଲ ଛାତରୁ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ। ମୃତ ଛାତ୍ର ଜଣକ ଏମବିବିଏସ୍ ପ୍ରଥମ ବର୍ଷ ଛାତ୍ର। ସଂଗେ ସଂଗେ ତାଙ୍କୁ ହସପିଟାଲକୁ ଅଣାଯାଇଥିଲା। ଡାକ୍ତର ମୃତ ଘୋଷଣା କରିଥିଲେ। ହରିୟାଣାର ଇଶାନ୍ତ କୁମାର ବୋଲି ଜଣାପଡିଛି।

Advertisment

ସେ ନ୍ୟୁ ବଏଜ୍ ହଷ୍ଟେଲରେ ରହୁଥିଲେ। କେଉଁ କାରଣରୁ ଓ କିଭଳି ଭାବରେ ମୃତ୍ୟୁ ହେଲା ସ୍ପଷ୍ଟ ଜଣାପଡିନାହିଁ। ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ଠେଲି ଦେଇଛି, ସେ ନେଇ ସନ୍ଦେହ ରହିଛି।

ଏନେଇ କଲେଜ ଅଧ୍ୟକ୍ଷା ସବିତା ମହାପାତ୍ର କହିଛନ୍ତି ଯେ, ଆମେ ଖବର ପାଇବା ପରେ ଘଟଣାସ୍ଥଳକୁ ଆସିଥିଲୁ। ତା ପାଖରେ ଗୋଟିଏ ମୋବାଇଲ ପଡ଼ିଥିଲା। ଆମେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲୁ। ସମ୍ପୃକ୍ତ ଛାତ୍ର ଜଣକ ହଷ୍ଟେଲର ୩୧୨ ନଂ ରୁମ୍‌ରେ ରହୁଥିଲେ। କିନ୍ତୁ ସେ ତାଙ୍କ ରୁମ୍‌ ଲକ୍‌ କରିଥିଲେ।ତେବେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଛାତ୍ର ଜଣକ ମାନସିକ ଅବସ୍ଥା ଠିକ୍‌ଠାକ୍‌ ଥିବା ତାଙ୍କର ସାଥୀମାନେ କହିଛନ୍ତି। ତାଙ୍କ ନିକଟରୁ ତେବେ ପୋଲିସ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି ଅଧ୍ୟକ୍ଷା କହିଛନ୍ତି। 

Advertisment

ସେପଟେ ରାଗିଂ କରାଯାଉଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗ କରିଛନ୍ତି ମୃତ ଛାତ୍ର ନିଶାନ୍ତଙ୍କ ମାମୁ। ସେ କହିଛନ୍ତି ଯେ ୪ ଦିନ ହେଲା ପୁଅ ଏନେଇ ଘରକୁ ଫୋନ୍ କରୁଥିଲା। ପୁଅ ଆଉ କୌଣସି ପ୍ରକାର ବ୍ୟକ୍ତିଗତ ଚାପରେ ନ ଥିଲା। ରାଗିଂ ଅଭିଯୋଗ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନି। କଲେଜର ଡିନ୍ ପ୍ରଫେସର ସବିତା ମହାପାତ୍ର ରାଗିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଣ୍ଟିଂ ରାଗିଂ ସ୍କ୍ବାଡ୍ ଅଛି। ରାଗିଂ ହୋଇନି ବୋଲି ଡିନ୍ କହିଛନ୍ତି।

Advertisment
Advertisment