• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ ପ୍ରତାପନଗରୀ କୁଆଖାଇ ନଦୀରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ଗତକାଲି ଜଣକର ମୃତଦେହ ମିଳିଥିବା ବେଳେ ଆଜି ଅନ୍ୟ ଜଣକର ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ଛାତ୍ର ଜଣକ ରିତୁରଂଜନ ମାଝୀ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନରେ ତାଙ୍କ ମୃତଦେହ ମିଳିଛି ।

ଗତକାଲି ଭୁବନେଶ୍ୱର ପଟିଆ ଅଞ୍ଚଳର ପାଞ୍ଚ ଜଣ ପିଲା ଗାଧୋଇବା ପାଇଁ କୁଆଖାଇ ବ୍ରିଜ୍ ତଳକୁ ଯାଇଥିଲେ । ହେଲେ ସେଠାରେ ପାଣିର ସ୍ରୋତ ଅଧିକ ଥିବାରୁ ଦୁଇ ଜଣ ଭାସି ଯାଇଥିଲେ । ପାଞ୍ଚ ଜଣ ଦୁଇଟି ଗାଡ଼ିରେ ଗାଧୋଇ ଯାଇଥିବା ସୂଚନା ମିଳିଥିଲା । ଏହି ଅଘଟଣରୁ ତିନି ଜଣ ରକ୍ଷା ପାଇଯାଇଥିଲେ । ପ୍ରଥମେ କିଛି କହିବା ପାଇଁ ମଙ୍ଗୁନଥିଲେ ମଧ୍ୟ ସେମାନେ ପଟିଆରୁ ଆସିଥିବା ପୋଲିସ୍‌କୁ ପରେ ଜଣାଇଥିଲେ । ଅଗ୍ନିଶମ ବାହିନୀ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଆଉ ଜଣେ ନିଖୋଜ ଥିଲେ ।

ଗତକାଲି ହିଁ ଆଶୁତୋଷ ପାଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀର ଛାତ୍ର । ଆଜି ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ନଦୀର ଗଭୀରତା ଅଧିକ ଥିବା ସହ ସୁଅ ବି ପ୍ରଖର ରହିଥିବାରୁ ରେସ୍କ୍ୟୁ ଅପରେସନ ବିଳମ୍ବ ହୋଇଥିଲା । ଏବେ ଅଗ୍ନିଶମ ବାହିନୀ ଓ ସଦର ଥାନା ପୋଲିସ୍ ମାମଲାରେ ତଦନ୍ତ କରୁଛି ।