/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661935680.jpg)
Special story
କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ । କଟକର ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି । ବ୍ରିଜ୍ ନିକଟରେ ୨ଟି ବାଇକ୍ ଥିବାବେଳେ ଭାସିଯାଇଥିବା ଯୁବକଙ୍କ ପରିଚୟ ମିଳିନି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚିଛି ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ । ବର୍ତ୍ତମାନ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ ଭୁବନେଶ୍ୱର ପଟିଆ ଅଞ୍ଚଳର ପାଞ୍ଚ ଜଣ ଯୁବକ ଆଜି ଗାଧୋଇବା ପାଇଁ କୁଆଖାଇ ବ୍ରିଜ୍ ତଳକୁ ଯାଇଥିଲେ । ହେଲେ ସେଠାରେ ପାଣିର ସ୍ରୋତ ଅଧିକ ଥିବାରୁ ଦୁଇ ଜଣ ଭାସି ଯାଇଛନ୍ତି । ପାଞ୍ଚ ଜଣ ଦୁଇଟି ଗାଡ଼ିରେ ଗାଧୋଇ ଯାଇଥିବା ସୂଚନା ମିଳିଛି । ଏହି ଅଘଟଣକୁ ତିନି ଜଣ ରକ୍ଷା ପାଇଯାଇଛନ୍ତି । ବର୍ତ୍ତମାନ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ୍ । ପ୍ରଥମେ କିଛି କହିବା ପାଇଁ ମଙ୍ଗୁନଥିଲେ ମଧ୍ୟ ସେମାନେ ପଟିଆରୁ ଆସିଥିବା ପୋଲିସ୍କୁ କହିଛନ୍ତି ।
ଏବେ ସୁଦ୍ଧା ଭାସି ଯାଇଥିବା ଉଭୟ ଯୁବକଙ୍କ ପରିଚୟ ମିଳିନାହିଁ । ବର୍ତ୍ତମାନ ସେମାନଙ୍କୁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ । ତେବେ ସେମାନେ ଭାସିଯାଇଥିବା ସ୍ଥାନରେ ପାଣି ଅଧିକ ରହିଛି । ତେଣେ ପ୍ରିତିକୂଳ ପରିସ୍ଥିତି ମଧ୍ୟରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)