Advertisment

ସତ ନା ଲୋକ ଦେଖାଣିଆ ? ସିଲ୍‌ ପରେ କେମିତି ଖୋଲିଲା କିଶୋର ମଟନ୍‌ ହୋଟେଲ୍‌ ?

ବିଏମ୍‌ସି ପକ୍ଷରୁ କୁହାଯାଇଥିଲା କିଶୋର ହୋଟେଲ୍‌ରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା। ତେବେ ଆଜି ପୁଣି ସବୁଦିନ ଭଳି ହୋଟେଲ୍‌ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Famous Kishore Bhaina Mutton Hotel

BMC seals 'Kishore Bhaina' Mutton Hotel

Advertisment

ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ହୋଟେଲ୍‌କୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍‌ କରିଛି ତ ? କାରଣ ଗତକାଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ହୋଟେଲରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା। ଏପରିକି କିଶୋର ହୋଟେଲ୍‌ର ଫୁଡ୍ ଲାଇସେନ୍ସ ବାତିଲ୍‌ ସହ ଫାଇଲ କରାଯାଇଥିବା ନେଇ ଟ୍ୱିଟ୍ କରି BMC ସୂଚନା ଦେଇଥିଲା।

Advertisment

ତେବେ ଆଜି ପୁଣି ସବୁଦିନ ଭଳି ହୋଟେଲ୍‌ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ହୋଟେଲ୍‌ରେ ମଟନ ରନ୍ଧା ଚାଲିଛି। ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ କ’ଣ କିଶୋର ହୋଟେଲ୍‌କୁ ସିଲ୍‌ କରାଯାଇଥିଲା ନା ନାହିଁ ? ଯଦି BMC ଏହାକୁ ସିଲ୍‌ କରିଥିଲା ତା’ହେଲେ କେଉଁ ପରିସ୍ଥିତି ଏଠାରେ ପୁଣି ଆଜି ମଟନ ରନ୍ଧା ଚାଲିଛି। ଏହାର ପ୍ରକୃତ ସତ କ’ଣ, ସେନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। 

ଅନ୍ୟପକ୍ଷେ, ହୋଟେଲ୍‌ ସିଲ୍‌ ନେଇ ଏହାର ମାଲିକ କହିଛନ୍ତି ଯେ, ‘ହୋଟେଲ୍‌ର ଫୁଡ୍‌ ଲାଇସେନ୍ସ ରିନ୍ୟୁ ହେବ, ସେଥିପାଇଁ ସାର୍‌ କାଲି ଇନ୍‌କ୍ୱାରି ପାଇଁ ଆସିଥିଲେ। ହୋଟେଲ୍‌ର ଫୁଡ୍‌ ଲାଇସେନ୍ସ ଅଛି। ଅପରିଷ୍କାର, ଅପରିଚ୍ଛନ୍ନ ପାଇଁ ତାଗିଦ କରିଥିଲେ। ଖାଇବା ନିମ୍ନମାନର ନୁହେଁ। ଖାଇବା ନିମ୍ନମାନର ତିଆରି ହେଉଥିଲେ ଲୋକେ ଏଠାରେ କେମିତି ଭିଡ଼ କରୁଛନ୍ତି ? ମୋଠୁ କୌଣସି ଫାଇନ୍‌ ଆଦାୟ ହୋଇନାହିଁ।’ 

Advertisment

ହୋଟେଲ ସିଲ୍ କରିବା ଏବଂ ଲାଇସେନ୍ସ ବାତିଲ୍‌ କରିବା ନେଇ ବିଏମ୍‌ସିର ଟ୍ୱିଟ୍ ପଛରେ BMCର ଆଭିମୁଖ୍ୟ କ’ଣ ଜଣାପଡୁନାହିଁ। ଭୁବନେଶ୍ୱର ର କିଶୋର ହୋଟେଲ୍ ରାଜଧାନୀରେ ବହୁତ ପ୍ରସିଦ୍ଧ। ଏଠି ମଟନ୍ ଖାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗେ। ନିଜର ସ୍ୱତନ୍ତ୍ର ମଟନ୍ ତରକାରୀ ପାଇଁ କିଶୋର ହୋଟେଲ୍‌ ପ୍ରସିଦ୍ଧ।

BMC Kishore Bhaina Mutton Hotel Kishore Bhaina Mutton Hotel Sealed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ