Advertisment

ସଫେଇ କର୍ମଚାରୀଙ୍କ ଦାବି ଶୁଣିଲା ବିଏମସି, ୩ ଦିନ ଭିତରେ ଘୋଷଣା ହେବ ବର୍ଦ୍ଧିତ ଦରମା

ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍‌ସି ମେୟର ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
BMC Sanitation Workers Salary Hikes

sanitation workers

ଶେଷରେ ଦାବି ଶୁଣିଲା ବିଏମସି । ଦୁଇ ଦିନର ଆନ୍ଦୋଳନ ପରେ ସଫେଇ କର୍ମଚାରୀଙ୍କ ଦାବି ଶୁଣିଛି ବିଏମସି। ୩ ଦିନ ଭିତରେ ବର୍ଦ୍ଧିତ ଦରମା ଘୋଷଣା ହେବ ବୋଲି କହିଛନ୍ତି ବିଏମ୍‌ସି ମେୟର । ଆସନ୍ତା ୧୫ ଦିନ ଭିତରେ ଅଳିଆ ପୃଥକୀକରଣ ସଂପର୍କରେ ନିଷ୍ପତ୍ତି ନିଆଯିବ। ସଫେଇ କର୍ମଚାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଏମସି ମେୟର କହିଛନ୍ତି।

Advertisment

ସୂଚନା ଅନୁସାରେ ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ସଫେଇ କାର୍ଯ୍ୟ ଠପ୍ ହୋଇ ଯାଇଥିଲା। ଆଜି ଦ୍ୱିତୀୟ ଦିନରେ ବିଏମସି ଅଫିସ ଘେରାଉ କରିଥିଲେ ଆନ୍ଦୋଳନକାରୀ। ଝାଡୁ ବର୍ଜନ କରି ପ୍ରଥମେ ଭୁବନେଶ୍ୱର ରାଜମହଲ ଓଭରବ୍ରିଜ୍ ତଳେ ଶହ ଶହ ସଫେଇ କର୍ମଚାରୀ ଆନ୍ଦୋଳନ କରିଥିଲେ। ପରେ ଶୋଭାଯାତ୍ରାରେ ଯାଇ ବିଏମସି ଅଫିସ ଘେରାଉ କରିଥିଲେ।

ଦରମା ୧୫ ହଜାରକୁ ବୃଦ୍ଧି ସହ ଅଳିଆ ପୃଥକୀକରଣକୁ ବିରୋଧ କରି ଆନ୍ଦୋଳନ ଚଳାଇଥିଲେ ସଫେଇ କର୍ମଚାରୀ। ଫେବ୍ରୁଆରୀ ୨୪ରୁ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରି ଆସୁଥିଲେ। ଫେବ୍ରୁଆରୀ ୨୯ରେ ବିଏମସି ସହ ସେମାନଙ୍କର ଆଲୋଚନା ହୋଇଥିଲେବି କିଛି ସୁଫଳ ମିଳିନଥିଲା।

Advertisment

ଏ ନେଇ ଗତକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସହରରୁ ଅଳିଆ ନ ଉଠାଇବାକୁ ନିଷ୍ପତ୍ତି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ସଫେଇ କର୍ମଚାରୀ। ଫଳରେ ରାଜଧାନୀର ୫୩ଟି ୱାର୍ଡରେ ଗଦା ହୋଇ ରହିଛି କୁଢ କୁଢ ଅଳିଆ ଆବର୍ଜନା।

BMC Protests Salary Hike Sanitation Workers
Advertisment
Advertisment