Advertisment

ଜୋରଦାର ହେବ ଚଢ଼ାଉ, ବନ୍ଦ ହେବ ରାସ୍ତାକଡ଼ ଦୋକାନ !

ନିମ୍ନମାନର ଖାଦ୍ୟ  ବିକ୍ରି କରୁଥିବା ସମସ୍ତ ହୋଟେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଅନ୍ ସ୍ପଟ୍‌ ଲାଇସେନ୍ସ ବାତିଲ୍‌ କରାଯିବ। ଆବଶ୍ୟକସ୍ଥଳେ ହୋଟେଲ୍‌କୁ ସିଲ୍ ମଧ୍ୟ କରାଯିବ।

ଅଦ୍ୟତନ ହୋଇଛି
BMC Comes Hard on Street Food

BMC comes hard on street food, forms team to check quality and taste

Advertisment

ଜୋରଦାର ହେବ ଚଢ଼ାଉ। ବନ୍ଦ ହେବ ରାସ୍ତାକଡ଼ରେ ଖାଦ୍ୟର ମାନ ରଖୁ ନଥିବା ହୋଟେଲ୍‌। ନିମ୍ନମାନର ଖାଦ୍ୟ  ବିକ୍ରି କରୁଥିବା ସମସ୍ତ ହୋଟେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଅନ୍ ସ୍ପଟ୍‌ ଲାଇସେନ୍ସ ବାତିଲ୍‌ କରାଯିବ। ଆବଶ୍ୟକସ୍ଥଳେ ହୋଟେଲ୍‌କୁ ସିଲ୍ ମଧ୍ୟ କରାଯିବ। ଏପରିକି  ଆର୍ଥିକ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି।  ହକି ବିଶ୍ୱକପ୍ ପୂର୍ବରୁ BMC ଏମିତି କିଛି ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ସୋମବାରଠାରୁ ଚଢ଼ାଉ ଜୋରଦାର କରିବା ପାଇଁ ବିଏମ୍‌ସି ଯୋଜନା କରିଛି। 

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ମଶାମରା କାମରେ ଲାଗିବ ଡ୍ରୋନ୍

ରାଜଧାନୀ ଭୁବନେଶ୍ୱର ରେ ସମସ୍ତ ହୋଟେଲ୍‌ ଉପରେ ଚଢ଼ାଉ କରାଯିବ। ଛୋଟ ହୋଟେଲ ହେଉ ଅବା ବଡ, ହୋଟେଲର ସବୁ ଖାଦ୍ୟର ମାନ ଯାଞ୍ଚ ହେବ। କେଉଁ ପାଣି ବ୍ୟବହାର କରି ଖାଦ୍ୟ ତିଆରି କରାଯାଉଛି ? କେଉଁ ତେଲ ବ୍ୟବହାର କରାଯାଉଛି ?  ଖାଦ୍ୟରେ ରଙ୍ଗ ପକାଯାଉଛି କି ? ଏହାସହ ଯେଉଁଠି ଲୋକଙ୍କୁ ଖାଇବାକୁ ଦିଆଯାଉଛି, ସେଠି ସ୍ୱଚ୍ଛତା ରଖାଯାଉଛି ନା ନାହିଁ,  ଏଭଳି ଭାବେ ବିଏମ୍‌ସି ସମସ୍ତ ହୋଟେଲ୍‌ର ଖାଦ୍ୟର ମାନ ପରଖିବ। ଏଥିପାଇଁ ଏକ ଟିମ୍‌ ଗଠନ କରାଯାଇଥିବା ବେଳେ ଯୋଜନା ମଧ୍ୟ ହୋଇସାରିଛି। ଏହାସହ ପୂର୍ବରୁ ହୋଟେଲ୍‌ର ଖାଦ୍ୟପଦାର୍ଥ ନମୁନା ଯାଞ୍ଚ ପାଇଁ ରାଜ୍ୟ ଫୋରେନସିକ ଲ୍ୟାବ୍‌କୁ ପଠାଯାଉଥିଲା। ହେଲେ ଏବେ ଅନ୍ ସ୍ପଟ୍‌ ଖାଦ୍ୟ ନମୁନା ଯାଞ୍ଚ କରାଯାଇ ଅବଶ୍ୟକସ୍ଥଳେ ହୋଟେଲ ସିଲ୍ ପାଇଁ ଯୋଜନା କରାଯାଇଛି। 

Advertisment

ଭୁବନେଶ୍ୱରରେ ଏମିତି ଅନେକ ସ୍ଥାନ ଅଛି, ଯେଉଁଠି ଖୋଲା ଆକାଶ ତଳେ ଖାଦ୍ୟ ପରଷି ଦେଉଛନ୍ତି ହୋଟେଲ କର୍ମଚାରୀ। ସିଆରପି ଛକର ଭେଣ୍ଡିଂ ଜୋନ୍‌, ରାସ୍ତାକଡ଼ ହୋଟେଲରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଖୋଲା ଆକାଶ ତଳେ ମାଛି ଭଣ ଭଣ ସ୍ଥାନରେ ପ୍ରସ୍ତୁତ ହୋଇଥାଏ ଖାଦ୍ୟ। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ରାସ୍ତାକଡ଼ରେ ଗଳି କନ୍ଦିରେ ଚାଲିଛି ଏମିତି ବ୍ୟବସାୟ । ରାଜଧାନୀ ରାଜରାସ୍ତାରେ ଯେଉଁଠି ଦେଖିବେ ସେଠି ପସରା ମେଲାଇ ବସି ପଡୁଛନ୍ତି  ବ୍ୟବସାୟୀ। ଆଉ ହୋଟେଲ କରି ବ୍ୟବସାୟ ବି କରୁଛନ୍ତି ଅନେକ ବ୍ୟବସାୟୀ।  ତେବେ ଆଗକୁ ବିଏମସିର କିଭଳି ରହୁଛି ଆକ୍ସନ, ତାହା ହିଁ ସ୍ପଷ୍ଟ ହେବ। 

(ରିପୋର୍ଟ-  ଚନ୍ଦନ ପାଇକରାୟ, ଭୁବନେଶ୍ୱର)

BMC Street Food
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ