/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653282180.jpg)
BJP’s 5-Hour Bandh Affects Normal Life In Jashipur
ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା । ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଗୁଳିମାଡ ଘଟଣାରେ ଏହି ବନ୍ଦ ଡାକରା ଦିଆଯାଇଛି । ଯାହାକୁ ନେଇ ବିଜେପି ଓ ଗୋରକ୍ଷକଙ୍କ ତରଫରୁ ଜାତୀୟ ରାଜପଥ ୪୯କୁ ଅବରୋଧ କରାଯାଇଛି ।
ରାସ୍ତା ଅବରୋଧ କାରଣରୁ ମୟୂରଭଞ୍ଜ ଜିଯଶୀପୁର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଓ ୨୨୦ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ତେବେ ଏହି ୫ ଘଣ୍ଟିଆ ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।
ସୂଚନା ଅନୁସାରେ, ଗତ ଶନିବାର ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକ୍ରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥରେ କୋଲକାତା ଅଭିମୁଖେ ଯାଉଥିଲେ । ଗୋ ଚାଲାଣ କରୁଥିବା ଖବର ପାଇ କିଛି ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍ ନିକଟକୁ ଯାଇ ସେଠାର ଗୋ ଚାଲାଣ ହେଉଥିବା ଗାଡିକୁ ଅଟକାଇବା ବେଳେ ଉଭୟ ପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ଗୋ ଚାଲାଣକାରୀ ଗୋ ସୁରକ୍ଷା କର୍ମୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଥିବାବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା କାରଣରୁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)