/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653120256.jpg)
Bovine smugglers shoot two in Mayurbhanj
ଗୋରୁ ଗାଡ଼ିକୁ ଅଟକାଇବାରୁ ଗୁଳି ଚଳାଇଲେ ଗୋଚାଲାଣକାରୀ । ଗୁଳିମାଡରେ ଦୁଇ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ୪୯ ନମ୍ବର ଜାତୀୟ ରାଜପଥ ବେଗନା ଟୋଲଗେଟ ନିକଟରେ ଘଟିଛି ଏପରି ଘଟଣା ।
ଆଜି ସକାଳୁ ସକାଳୁ କିଛି ଗୋ ଚାଲାଣକାରୀ ଏକ ଟ୍ରକ୍ରେ କୋଲକାତା ଅଭିମୁଖେ ଯାଉଥିଲେ । ଗୋ ଚାଲାଣ କରୁଥିବା ଖବର ପାଇ କିଛି ଦେବସେନାର ଗୋ-ସୁରକ୍ଷା କର୍ମୀ ଟୋଲଗେଟ୍ ନିକଟକୁ ଯାଇ ସେଠାର ଗୋ ଚାଲାଣ ହେଉଥିବା ଗାଡିକୁ ଅଟକାଇବା ବେଳେ ଉଭୟ ପକ୍ଷରେ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ଗୋ ଚାଲାଣକାରୀ ଗୋ ସୁରକ୍ଷା କର୍ମୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ ।
ଫଳରେ ଦୁଇ ଜଣ ଗୋ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି । ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।
ଘଟଣାସ୍ଥଳରେ ଯଶୀପୁର ପୋଲିସ୍ ପହଞ୍ଚି ଗୋରୁ ନେଉଥିବା ଗାଡିକୁ ଅଟକ ରଖିଥିବାବେଳେ ଘଟଣାସ୍ଥଳରୁ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିବାର ସୂଚନା ମିଳିଛି । ତେବେ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)