/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645114002.jpg)
Birendra Lakra
ଓଡ଼ିଶା ପୋଲିସର DSP ପଦରେ ଯୋଗ ଦେଲେ ବରିଷ୍ଠ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା । ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିଲେ ବୀରେନ୍ଦ୍ର ଲାକ୍ରା ।ତାଙ୍କୁ ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ ପୋଲିସ୍ DSP ପଦରେ ନିଯୁକ୍ତି ଦେବେ କହିଥିଲେ ।
Advertisment
ଆଜି ବିଧିବଦ୍ଧ ଭାବେ ବୀରେନ୍ଦ୍ରଙ୍କୁ ପୋଲିସ୍ ଡିଏସ୍ପି ଭାବେ ନିଯୁକ୍ତ କରାଯାଇଛି । ବୀରେନ୍ଦ୍ର ଯୁବ ହକି ଖେଳାଳିଙ୍କ ମଧ୍ୟରେ ବେଶ ପରିଚିତ । ହକି କ୍ଷେତ୍ରରେ ସାରା ବିଶ୍ୱରେ ଓଡ଼ିଶା ତଥା ଦେଶରେ ନିଜ ନାଁକୁ ପରିଚିତ କରାଇଛନ୍ତି ।
ପୂର୍ବରୁ ଅଲମ୍ପିକର ବ୍ରୋଞ୍ଜପଦକ ବିଜେତା ଭାରତ ଦଳର ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତିତ ଦେଶର ସର୍ବ ଶ୍ରେଷ୍ଠ ଓ ଉତ୍ତମ ଖେଳାଳୀଙ୍କୁ ଜାତୀୟ କ୍ରିଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)