/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662775309.jpg)
Biju Patnaik Police Academy
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ଦେଶର ଶ୍ରେଷ୍ଠ ପୋଲିସ ତାଲିମ କେନ୍ଦ୍ର ଭାବେ ପୁରସ୍କୃତ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ୫୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ପୁରସ୍କାର ମିଳିଛି । ଏକାଡେମୀର ଅତିରିକ୍ତ ଡିଜି (ତାଲିମ ଓ ନିର୍ଦ୍ଦେଶକ) ଅରୁଣ କୁମାର ଷଡ଼ଙ୍ଗୀ ଏହି ପୁରସ୍କାର ଗ୍ରହଣ କରିଥିଲେ ।
Advertisment
୨୦୨୦-୨୧ ପାଇଁ ଗେଜେଟେଡ୍ ଅଫିସର ବର୍ଗ ଲାଗି ସବୁ ରାଜ୍ୟକୁ ପଛରେ ପକାଇ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ହାତେଇଛି ୟୁନିଅନ୍ ହୋମ୍ ମିନିଷ୍ଟର ଟ୍ରଫି । ଉତ୍ତମ ତାଲିମ୍ ସୁବିଧା, ତାଲିମ୍ କୌଶଳ, ଦକ୍ଷ ଟ୍ରେନର, ଫ୍ୟାକଲ୍ଟି ଡେଭଲପମେଣ୍ଟ ପ୍ରୋଗ୍ରାମ୍କୁ କାର୍ଯ୍ୟକାରୀ କରିବା ଏବଂ ବିଭିନ୍ନ ପ୍ରକାର ତାଲିମ କାର୍ଯ୍ୟକ୍ରମ ଆୟୋଜନ ଭଳି ବିଭିନ୍ନ ମାପକାଠି ପାଇଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଏହି ପୁରସ୍କାର ପାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)