Advertisment

ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳିର କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ?

ନିଜକୁ ବୋହୂ ଦାବି କରୁଥିବା ତପସ୍ୱିନୀ କେତେଦିନ ଏମିତି ବସିରହିବେ? ନା କେହି କହିପାରୁଛନ୍ତି ନା ଜାଣିପାରୁଛନ୍ତି। ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି ଡିମ୍ପଲ ଓରଫ୍ ତପସ୍ୱିନୀ ଏବଂ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ ବିବାଦ।

author-image
Chandan Shishu
sumit and tapaswini

sumit and tapaswini

ବ୍ରହ୍ମପୁର: କାଲି ସଂଧ୍ୟା ଯାଏଁ ଗେଟ୍ ବାହାରେ ବସିରହିଥିଲେ, ସଂଧ୍ୟା ପରଠୁ କିନ୍ତୁ ଦାଣ୍ଡ ପିଣ୍ଡାରେ ତପସ୍ୱିନୀ। ଆଜି ବି ଦିନତମାମ୍ ବସି ରହିଛନ୍ତି ଶ୍ୱଶୁର ଘରେ। ସେହି ସମାନ୍ ଜିଦ୍, ସୁମିତ ପାଖକୁ ଆସିବେ, ତାଙ୍କୁ ଘରକୁ ନେଇଯିବେ। ହେଲେ ନା ସୁମିତ ଆସୁଛନ୍ତି, ନା ଶାଶୁ ଶ୍ୱଶୁର। ଯିଏ ଯାହା ବିଚାରରେ ଅଟଳ। ଏପରିକି ସମାଜସେବୀ ପ୍ରମିଳା ତ୍ରିପାଠୀ ଓ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡ଼ିଦେଲେ ଆଜି ପାଖକୁ ଆଉ କେହି ଯାଉନାହାଁନ୍ତି। କାରଣ ସୁମିତଙ୍କ ଘର ଇଲାକାରେ ଲାଗିଛି ଧାରା ୧୪୪। ବ୍ରହ୍ମାନଗର ୨ ନମ୍ବର ଗଳି ଛକଠୁ ଗୁରୁଦେବ ହସ୍ପିଟାଲ୍ ଯାଏଁ ଅର୍ନିଦ୍ଧିଷ୍ଟ କାଳ ପାଇଁ ୧୪୪ ଜାରି କରାଯାଇଛି। ୪ରୁ ଅଧିକ ଲୋକ ଯେଭଳି ଠୁଳ ନହେବେ, ସେଥିପାଇଁ ମାଇକ୍‌ରେ ପ୍ରଚାର ବି କରୁଛି ପୋଲିସ। ଗତକାଲି ମହିଳାମାନେ ସୁମିତଙ୍କ ଘର ଗ୍ରିଲ୍ ଭାଙ୍ଗି ଯେଭଳି ଢଙ୍ଗରେ ଘରେ ପଶିଲେ, ସେଭଳି ଆଇନଶୃଙ୍ଖଳା ସ୍ଥିତିକୁ ଏଡାଇବାକୁ ପୋଲିସ ଏହି ପଦକ୍ଷେପ ନେଇଛି। 

Advertisment

ତେବେ ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳିର କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ? କେବେ ତୁଟିବ ଏହି ବିବାଦ ? ନିଜକୁ ବୋହୂ ଦାବି କରୁଥିବା ତପସ୍ୱିନୀ କେତେଦିନ ଏମିତି ବସିରହିବେ? ନା କେହି କହିପାରୁଛନ୍ତି ନା ଜାଣିପାରୁଛନ୍ତି। ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି ଡିମ୍ପଲ ଓରଫ୍ ତପସ୍ୱିନୀ ଏବଂ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ ବିବାଦ। କାରଣ ଦାମ୍ପତ୍ୟ କଳିରେ ତୃତୀୟ ଲୋକଙ୍କ ଏଣ୍ଟ୍ରି ମାମଲାକୁ ଜଟିଳ କରୁଥିବା ଅଭିଯୋଗ ଉଠାଇଲେଣି ପରିବାର ଲୋକେ। ଗତକାଲିର ଘଟଣାକୁ ନେଇ ସୁମିତଙ୍କ ବାପା ପ୍ରମୋଦ ସାହୁ ବୈଦ୍ୟନାଥପୁର ଥାନାରେ ଅନଲାଇନ୍‌ରେ ଏତଲା ଦେଇଛନ୍ତି। ତପସ୍ୱିନୀଙ୍କ ସମେତ ତାଙ୍କ ବାପା, ସମାଜସେବୀ ପ୍ରମିଳା ତ୍ରିପାଠୀ ଓ ସହଯୋଗୀଙ୍କ ନାଁ ଏତଲାରେ ଉଲ୍ଲେଖ ରହିଛି। ଅପରପକ୍ଷେ ଭିଡ଼ିଓ ଜାରି କରି ନିଜର ଓ ପରିବାରର ସୁରକ୍ଷା ଲୋଡ଼ିଛନ୍ତି ସୁମିତ ଓ ତାଙ୍କ ଜେଜେ ମା। 

ଗତକାଲି ବ୍ରହ୍ମପୁର ଏସଡିଜେଏମ୍ ନିଜ ପୂର୍ବ ରାୟକୁ କାଏମ୍ ରଖିବା ସହ ତପସ୍ୱିନୀ ଓ ସୁମିତଙ୍କୁ ଘରଭଡ଼ା ନେଇ ରହିବାକୁ କହିଥିଲେ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିଲା। ଏହାପରେ ପୁଣି ଶ୍ୱଶୁର ଘର ଆଗରେ ବସିରହିଥିଲେ ତପସ୍ୱିନୀ। ଏହି ସମୟରେ ଶତାଧିକ ମହିଳା ସୁମିତଙ୍କ ଘର ମୁଖ୍ୟ ଫାଟକକୁ ଭାଙ୍ଗି ତପସ୍ବିନୀଙ୍କୁ ଘର ଭିତରେ ପୁରାଇବାକୁ ଉଦ୍ୟମ କରିତିଲେ। ପ୍ରଥମ ଗେଟର ତାଲା ଭାଙ୍ଗି ପଶିଥିଲେ ବି ଦ୍ୱିତୀୟ ଗେଟ୍ ଦେଇ ପଶିପାରିନଥିଲେ। ଶେଷରେ ଗତରାତିଠୁ ସୁମିତଙ୍କ ଘର ଗ୍ୟାରେଜ୍‌ରେ ଏମିତି ବସିରହିଛନ୍ତି ତପସ୍ୱିନୀ। ସୁମିତଙ୍କ ଓକିଲ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ନମାନି ମହିଳା ମାନେ ଆଇନକୁ ହାତକୁ ନେଲେ। ଏଣେ ତପସ୍ୱିନୀଙ୍କ ଓକିଲ କହିଛନ୍ତି- ପୂର୍ବରୁ ଏସଡିଜେଏମଙ୍କ ରାୟକୁ ଡାକ୍ତର ସୁମିତ ବି ଅବମାନନା କରିଛନ୍ତି। ଏଥିପାଇଁ ପୁଣି କୋର୍ଟରେ ଅପିଲ କରିବୁ।

Advertisment

ରିପୋର୍ଟ: ଅଶୋକ ବ୍ରହ୍ମା

Berhampur Marital Discord Sumit Tapaswini
Advertisment
Advertisment