• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜମୁଛି ଗ୍ରୀଷ୍ମ ବଜାର। ମେଲିଲାଣି ଭଳିକି ଭଳି ଆମ୍ୱର ପସରା । କୁହାଯାଏ ଆମ୍ୱ ବିନା ଗ୍ରୀଷ୍ମ ଋତୁ ଅଧୁରା । ଆପଣମାନେ ମଧ୍ୟ ଏହି ଫଳମାନଙ୍କ ରାଜାର ସ୍ୱାଦକୁ ଚାଖି ସାରିଥିବେ। କିନ୍ତୁ ଏବେ ଟିକେ ହୋଇଯାଆନ୍ତୁ ସାବଧାନ । କାରଣ ବେଳ ଥାଉ ଥାଉ ସତର୍କ ନହେଲେ ଆପଣଙ୍କୁ ହୋଇପାରେ ବଡ଼ ରୋଗ ।

ସାଧାରଣତଃ ଏଥିରେ ଅନେକ ପ୍ରକାରର ଭିଟାମିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ ଯାହା ଆମ ଶରୀରକୁ ନିୟମିତ ଆବଶ୍ୟକ| ଏହା ଭିଟାମିନ୍ ସି ଓ ଫାଇବରର ଏକ ଉତ୍ତମ ଉତ୍ସ ଅଟେ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ | ତେବେ ଏହା ଯେତିକି ଉପକାରୀ ସତର୍କତା ଅବଲମ୍ୱନ ନକଲେ ସେତିକି ଅପକାରୀ ମଧ୍ୟ । ଏହାର ପାର୍ଶ୍ୱପ୍ରତିକ୍ରିୟା ଆପଣ ଅବଗତ ହେବା ଉଚିତ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମ୍ବକୁ ବଜାରରୁ ଆଣିବା ପରେ ଏହାକୁ ସଠିକ ଭାବେ ଧୋଇ କରି ଖାଆନ୍ତୁ । କାରଣ ସାଧାରଣତଃ ଆମ୍ୱ ପଚାଇବାକୁ କ୍ୟାଲସିୟମ୍ କାର୍ବାଇଡ୍ ନାମକ ଏକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଏ । ଏହା ମଣିଷ ଶରୀର ପାଇଁ କ୍ଷତିକାରକ । ଯାହା ଫଳରେ କିଡନୀ ଫେଲ ହେବା ସହିତ ଗୁରୁତର ଚର୍ମରେ ସମସ୍ୟା ହେବାର ଆଶଙ୍କା ଥାଏ । ତେଣୁ ଆମ୍ବ ଖାଇବା ପୂର୍ବରୁ ଏହାକୁ ଅତି କମରେ ଦୁଇ ଘଣ୍ଟା ପାଣିରେ ଭିଜାଇ ଭଲ ଭାବରେ ଧୋଇବା ପରେ ଖାଆନ୍ତୁ । ଅଧିକ ଆମ୍ବ ଖାଇବା କାରଣରୁ ହଜମ ସମସ୍ୟା ମଧ୍ୟ ହୋଇଥାଏ ।

ସେହିପରି ଅଧ୍ୟୟନରୁ ଜଣାପଡ଼ିଛି ଯେ ଆମ୍ବରେ ଫାଇଟୋନ୍ୟୁଟ୍ରିଏଣ୍ଟ ଭରି ରହିଛି । ଯାହା ଆମ ଶରୀରକୁ ସୁସ୍ଥ ରହିବାକୁ ଆବଶ୍ୟକ । କିନ୍ତୁ ଏହାର ଅତ୍ୟଧିକ ସେବନ ଦ୍ୱାରା ରକ୍ତ ସର୍କରା ବୃଦ୍ଧି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ହେବାର ଆଶଙ୍କା ରହିପାରେ ।

ଆମ୍ବ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଥିବା ଫଳ ମଧ୍ୟରୁ ଗୋଟିଏ । ଯାହାର ଅର୍ଥ ଏହାକୁ ଅତ୍ୟଧିକ ଖାଇଲେ ରକ୍ତରେ ଶର୍କରା ସ୍ତରରେ ଶୀଘ୍ର ବୃଦ୍ଧି ହୋଇଥାଏ । ଯାହା ମଧୁମେହ ଓ ଇନସୁଲିନ୍ ନେଉଥିବା ବ୍ୟକ୍ତିଙ୍କ ପାଇଁ ବିପଦ । ଡାକ୍ତରଙ୍କ ଅନୁସାରେ ଉଚ୍ଚ ମଧୁମେହ ରୋଗୀମାନେ ଆମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏବଂ ଯେଉଁମାନଙ୍କ ମଧୁମେହ ନିୟନ୍ତ୍ରଣରେ ଅଛି, ସେମାନେ ଡାକ୍ତରଙ୍କ ପରାମର୍ଶରେ ଦିନକୁ ଗୋଟିଏ ଆମ୍ବ ଖାଇପାରିବେ ।

OTV is now on Whatsapp

Join and get latest news update delivered to you via whatsapp

Join Now