• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାଲେଶ୍ୱର ସହରରେ ଗମନାଗମନର ସୁବିଧା ପାଇଁ ଆରମ୍ଭ ହୋଇଥିବା ବ୍ୟାଟେରି ଚାଳିତ ସିଟି ବସ ଏବେ ଖତ ଖାଉଛି । କେବଳ ବସ କିଣା ହୋଇ ପଡିଥିବା ବେଳେ ନା ଡ୍ରାଇଭର ନିଯୁକ୍ତି ହୋଇଛନ୍ତି ନାଁ କର୍ମଚାରୀ । ୨୦୧୯ ନିର୍ବାଚନ ପୂର୍ବରୁ ଆସିଥିବା ବସ ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି ।

ଏବେ ପୁଣି ୭ ମାସ ହେବ ନୂଆ ବସ୍ ଗୁଡିକ ଅକାମୀ ହେବାକୁ ବସିଲାଣି । ଉଦଘାଟନ ପରଠୁ ମାତ୍ର ଗୋଟିଏ ଦିନ ଚାଲି ବନ୍ଦ ପଡିଛି । ନୂଆ ବସରେ ଲାଗିଲାଣି କଳଙ୍କି । ବାଲେଶ୍ୱର ସହରରରେ ଗମନାଗମନର ସୁବିଧା ପାଇଁ ଗତବର୍ଷ ସେପ୍ଟେମ୍ବର ୧୯ରେ ଉଦଘାଟନ ହୋଇଥିଲା ବ୍ୟାଟେରି ଚାଳିତ ସିଟି ବସ୍ ।

କୋଟି କୋଟି ଟଙ୍କା ବ୍ୟୟରେ ଆସିଥିଲା ଏହି ବସ୍ । ଉଦ୍ଦେଶ୍ୟ ଥିଲା ସହର ଭିତରେ ଲୋକଙ୍କ ଯିବା ଆସିବା ସୁବିଧା ହେବ । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଧାୟକ, ପୌରାଧକ୍ଷଙ୍କ ଉପସ୍ଥିତିରେ ବସର ଶୁଭାରମ୍ଭ ହୋଇଥିଲା । ହେଲେ ମାତ୍ର ଗୋଟିଏ ଦିନ ଚାଲି ୭ ମାସ ହେଲା ଖତ ଖାଉଛି ୯ଟି ସିଟି ବସ୍ ।

୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ଏଭଳି ବସ ଗୁଡିକ ଆସିଥିଲା । ବସ ଗୁଡିକର ସ୍ଥିତି ନିହାତି ଭାବେ ଖରାପ ହୋଇଗଲାଣି । ପଡି ପଡି ସବୁକିଛି ନଷ୍ଟ ହୋଇଗଲାଣି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ୟାଟେରି ଚାଳିତ ବସ୍ ଗୁଡ଼ିକ ଚାର୍ଜିଂ ପାଇଁ କୌଣସି ସୁବିଧା ନାହିଁ । ଚାର୍ଜିଂ ଷ୍ଟେସନର ମଧ୍ୟ କୌଣସି ବ୍ୟବସ୍ଥା ହୋଇନି ।

ବସରେ କାମ କରିବା ପାଇଁ ଡ୍ରାଇଭର ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇନାହିଁ । ଫଳରେ ବସ ଗୁଡିକ ଚାଲି ନପାରି ପଡ଼ି ରହିଛି । ବସର ଶୁଭାରମ୍ଭ ବେଳେ ଏହାକୁ ନିର୍ବାଚନୀ ପ୍ରଲୋଭନ ବୋଲି ଲୋକେ କହିଥିଲେ । ହେଲେ ବସ ଗୁଡିକ ନିର୍ବାଚନ ପର୍ଯ୍ୟନ୍ତ ବି ଗଡିପାରିଲା ନାହିଁ ।

ଅନ୍ୟପଟେ ବାଲେଶ୍ୱର ପୌରାଧ୍ୟକ୍ଷା କହିଛନ୍ତି ଯେ ବସ୍ ଗୁଡ଼ିକ କେବେ ଚାଲୁ ହେବ ତାହା ଜିଲ୍ଲାପାଳ ନିଷ୍ପତ୍ତି ନେବେ । ଅନ୍ୟପଟେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଜିଲ୍ଲାପାଳ କିଛି ପ୍ରତିକ୍ରିୟା ଦେଇନାହାନ୍ତି । କେବେ ଏହି ବସଗୁଡ଼ିକର ମରାମତି ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।