/odishatv-khabar/media/post_attachments/uploadimage/library/16_9/16_9_0/BSKY_1707386086.jpg)
BSKY
ବିଜ୍ଞାପନ ପାଇଁ ସଧବାକୁ ବିଧବା କରିଦେଲେ, ସ୍ୱାମୀ ବଞ୍ଚି ଥାଉ ଥାଉ ବିଧବା ହୋଇଗଲେ ବୃଦ୍ଧା । ‘ଆମ ଓଡିଶା ନବୀନ ଓଡିଶା’ ମାଗାଜିନରେ ଏଭଳି ସାଂଘାତିକ ଭୁଲ ପଦାକୁ ଆସିଛି । ଏନେଇ ବୃଦ୍ଧା ଜଣକ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ପ୍ରିଣ୍ଟିଂ ଭୁଲ କଥା କହି ଏଡାଇ ଯାଇଛନ୍ତି ବିଡ଼ିଓ । ଏପରି ଘଟଣା ଘଟିଛି ବରଗଡ ରୁଚିଦା ପଞ୍ଚାୟତ ବଡ ଦର୍ଲିପାଲି ଗ୍ରାମରେ । ମାଗାଜିନଟି ହେଉଛି ‘ଆମ ଓଡିଶା ନବୀନ ଓଡିଶା’ । ଏଥିରେ ଏକ ପୋଷ୍ଟରେ ବିଜ୍ଞାପନ ଲେଖା ଯାଇଛି ।
ସ୍ୱାମୀ ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ବିଧବା ଲେଖି ଦେଇଛନ୍ତି । ଏହି ବୃଦ୍ଧା ମହିଳାଙ୍କ ନାମ ହେଉଛି ତେଜକୁଏଁର ପଟେଲ । ତାଙ୍କ ସ୍ୱାମୀ ଏବେବି ଜୀବିତ ଅଛନ୍ତି । ହେଲେ ‘ଆମ ଓଡିଶା ନବୀନ ଓଡିଶା’ ମାଗାଜିନରେ ତାଙ୍କୁ ବିଧବା ବୋଲି ଦର୍ଶାଯାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ତେଜକୁଏଁର ।
ସେହିପରି ବିଏସକେୱାଇ କାର୍ଡରେ ତେଜକୁଏଁର ପଟେଲ ଛତିଶଗଡର ସାରଙ୍ଗଗଡରେ ଚିକିତ୍ସିତ ହୋଇଥିବା ବେଳେ ବରଗଡରେ ଚିକିତ୍ସିତ ହୋଇଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଏହି ତଥ୍ୟକୁ ଲେଖିଲା କିଏ ? ଲେଖିବା ପୂର୍ବରୁ ବୃଦ୍ଧା ତେଜକୁଏଁର ପଟେଲଙ୍କୁ ପଚରାଯାଇଥିଲା ତ ? ଯଦି ପଚରା ଯାଇଥିଲା ତାହେଲେ ଏତେ ବଡ ଭୁଲ ହେଲା କେମିତି ? ଏଭଳି କିଛି ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି ।
ଅନ୍ୟପଟେ ଏହି ଘଟଣାକୁ ନେଇ ଆମେ ଆମ୍ବାଭୋନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର ବାଗଙ୍କୁ ପଚାରିବାରୁ ଭୁଲ ପ୍ରିଣ୍ଟିଂ ପାଇଁ ଏଭଳି ହୋଇଥିବା କହି କଥାକୁ ଏଡାଇ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)