Advertisment

‘ବିଳମ୍ବରେ ପହଞ୍ଚିଲି ବୋଲି ମଞ୍ଚ ଉପରକୁ କେହି ଡାକିଲେନି’

ସାଂସଦ ବିଳମ୍ୱରେ ପହଞ୍ଚିବାରୁ ମଞ୍ଚ ଉପରକୁ ଆଉ କେହି ଡାକିନଥିଲେ। ଜିଲ୍ଲାପାଳ, ବିଧାୟକ ଓ ଅନ୍ୟମାନେ ମଞ୍ଚରେ ଥିଲେ। ସାଂସଦ କିଛି ସମୟ ସଭାମଞ୍ଚ ତଳେ ବସି ଶେଷରେ ଫେରିଆସିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Balasore MP Pratap Sarangi Brings Insult Allegation

MP Pratap Sarangi insulted

ବାଲେଶ୍ୱର ସିକିମ୍ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦଙ୍କୁ ଅସମ୍ମାନ ଅଭିଯୋଗ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ଅଭିଯୋଗ ଆଣିଛନ୍ତି। ବିଳମ୍ୱରେ ପହଞ୍ଚିବାରୁ ତାଙ୍କୁ କେହି ମଞ୍ଚ ଉପରକୁ ଡାକି ନଥିବା ସେ କହିଛନ୍ତି।

Advertisment

ବାଲେଶ୍ୱର ଜିଲ୍ଲାର ମୋଟ୍ ୫ ହଜାର ୨୮୦ ଜଣ ଭାଗଚାଷୀ ହିତାଧିକାରୀଙ୍କ ମଧ୍ୟରୁ ୩ହଜାର ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ଥିଲା। ସେଠାକୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ବିଧାୟକଙ୍କୁ ଡକାଯାଇଥିଲା। କିନ୍ତୁ, କୌଣସି କାରଣବଶତଃ କାର୍ଯ୍ୟକ୍ରମକୁ ସାଂସଦ ପହଂଚିବାରେ ବିଳମ୍ବ ହୋଇଥିଲା।

ସାଂସଦ ବିଳମ୍ୱରେ ପହଞ୍ଚିବାରୁ ମଞ୍ଚ ଉପରକୁ ଆଉ କେହି ଡାକିନଥିଲେ। ଜିଲ୍ଲାପାଳ, ବିଧାୟକ ଓ ଅନ୍ୟମାନେ ମଞ୍ଚରେ ଥିଲେ। ସାଂସଦ କିଛି ସମୟ ସଭାମଞ୍ଚ ତଳେ ବସି ଶେଷରେ ଫେରିଆସିଥିଲେ। ଏନେଇ ସେ ଅଭିଯୋଗ ଆଣିଛନ୍ତି। ଏହା ମୋ ପାଇଁ ଅପମାନ । ଏହା ସ୍ୱାଭିମାନ ଉପରେ ଆଘାତ ଆଣିଦେଇଛି ବୋଲି କହିବା ସହ ବାଲେଶ୍ୱରବାସୀଙ୍କୁ ଏହା ଅପମାନ ବୋଲି କହିଛନ୍ତି।

Advertisment

ଏନେଇ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି, ସାଂସଦ ବିଳମ୍ୱରେ ପହଞ୍ଚିବା ନେଇ ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ପାଇଛି। ଏନେଇ ମୋତେ ଜଣା ନାହିଁ। ସାଂସଦଙ୍କ ସହ କଥା ହୋଇ ଏ ବିଷୟରେ ଚିନ୍ତା କରାଯିବ।

Pratap Sarangi
Advertisment
Advertisment