/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698494345.jpg)
Bahanaga Train Tragedy
ନିଲାମ ହେଲା ବାଲେଶ୍ୱର ଜିଲ୍ଲା ବାହାନଗାରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର କ୍ଷତିଗ୍ରସ୍ତ ଇଞ୍ଜିନ ଓ ବଗି । କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଏହାର କୋଚ୍ ଓ ଇଞ୍ଜିନ୍ ନିଲାମ କରାଯାଇଛି । ହାୱଡାର ମୋହିତ ଷ୍ଟିଲ କମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ୍ ଓ କୋଚ୍ ସବୁକୁ ୩ କୋଟି ୮୨ ଲକ୍ଷ ଟଙ୍କା ଦେଇ କିଣିଛି ।
Advertisment
ଗତ ଜୁନ ୨ ତାରିଖରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ସେବେଠୁ ଦୁର୍ଘଟଣାସ୍ଥଳରେ ପଡିଥିଲା ଏହି ହୃଦୟଥରା ଦୁର୍ଘଟଣାର ମୂକସାକ୍ଷୀ କ୍ଷତିଗ୍ରସ୍ତ ଟ୍ରେନର ଇଞ୍ଜିନ୍ ଓ ବଗି । ଡିସେମ୍ବର ୫ ତାରିଖ ସୁଦ୍ଧା ସବୁ କୋଚ୍ ଓ ଇଞ୍ଜିନ ଗୁଡ଼ିକୁ ନେଇଯିବ କଂପାନୀ। ସୂଚନା ଅନୁସାରେ ବାହାନଗା ଟ୍ରେନ୍ ଟ୍ରାଜେଡିରେ ୨୯୪ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଶତାଧିକ ଲୋକ ଆହତ ହୋଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)