Advertisment

'ଷ୍ଟେଜ ଉପରକୁ ଯିବା ଅବସ୍ଥାରେ ନଥିଲେ ବାବୁସାନ୍'

ନିର୍ଦ୍ଦେଶକଙ୍କ କହିବା କଥା, ଫିଲ୍ମର ପ୍ରମୋସନ ସାରି ଦମନ୍ ଟିମ୍ ବାବୁସାନଙ୍କ ପାଖକୁ ଗଲାବେଳକୁ ସେ ଆଉ ହୋଟେଲ୍‌ରେ ନଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Babushaan Mohanty

Babushaan Mohanty

ଫିଲ୍ମ ପ୍ରମୋସନ ଏବଂ ଉତ୍କଳ ଆସୋସିଏସନ୍ ଅଫ୍ ମାଡ୍ରାସ୍ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସେଲିବ୍ରେସନରେ ଯୋଗଦେବାକୁ ଚେନ୍ନାଇ ଯାଇ କୁଆଡ଼େ ଗଲେ ଅଭିନେତା ବାବୁସାନ ? ତାକୁ ନେଇ ଏବେ ଲାଗିରହିଛି ନାନା ଚର୍ଚ୍ଚା। କାରଣ ପ୍ରମୋସନ ସାରି ଓଡ଼ିଶା ଫେରିଆସିଛି ଦମନ୍ ସିନେମାର ଟିମ୍। ଅଥଚ ତାଙ୍କ ସହ ଫେରିନାହାଁନ୍ତି ବାବୁସାନ।

Advertisment

ତେବେ ଦମନ ସିନେମାର ନିର୍ଦ୍ଦେଶକ କହିଛନ୍ତି, ଭୁବନେଶ୍ୱରରେ ଘଟିଥିବା ଘଟଣାକୁ ନେଇ ସେଦିନ ବାବୁସାନ ବହୁତ ଡିଷ୍ଟର୍ବ ଥିଲେ। ଏପରିକି ଷ୍ଟେଜ ଉପରକୁ ଯିବା ଅବସ୍ଥାରେ ବି ନଥିଲେ। ତେଣୁ ତାଙ୍କୁ ଦମନ୍ ଫିଲ୍ମର ପ୍ରଯୋଜକ ସୌଜନ୍ୟତା ଦୃଷ୍ଟିରୁ ମନା କରିଦେଇଥିଲେ। ଅବଶ୍ୟ ବାବୁସାନ ପ୍ରଯୋଜକ ମନା କରିବାରୁ କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିବା କଥା ଏକ ଭିଡ଼ିଓ ଜାରି କରି କହିଥିଲେ।

ତେବେ ନିର୍ଦ୍ଦେଶକଙ୍କ କହିବା କଥା, ଫିଲ୍ମର ପ୍ରମୋସନ ସାରି ଦମନ୍ ଟିମ୍ ବାବୁସାନଙ୍କ ପାଖକୁ ଗଲାବେଳକୁ ସେ ଆଉ ହୋଟେଲ୍‌ରେ ନଥିଲେ। ରିସେପସନକୁ ଯାଇ ପଚାରିବାରୁ ସେ ଚେକ୍ଆଉଟ୍ କରି ବାହାରିଗଲେଣି ବୋଲି ହୋଟେଲ୍ କର୍ମଚାରୀ କହିଥିବା ସୂଚନା ଦେଇଛି ଟିମ୍। ତେବେ ଭୁବନେଶ୍ୱର ଖାରବେଳନଗର ପୋଲିସ ପକ୍ଷରୁ ବାବୁସାନଙ୍କୁ ହାଜର ପାଇଁ ନୋଟିସ୍ ଜାରି କରିବାର ୩ ଦିନ ବିତି ଯାଇଥିବାବେଳେ କୁଆଡ଼େ ଗଲେ ବାବୁସାନ ? କେଉଁଠି ଅଛନ୍ତି ସେ ? କାହିଁକି ଭୁବନେଶ୍ୱର ଆସୁନାହାଁନ୍ତି। ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଲାଗିରହିଛି।

Advertisment

ଏପଟେ ଚେନ୍ନାଇରେ ଥାଇ ବି ଦମନ୍ ଫିଲ୍ମ ପ୍ରମୋସନ୍‌ରେ ଯୋଗ ନଦେବା ଚର୍ଚ୍ଚା ଭିତରେ ଦମନ ସିନେମା ଟିମ୍ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟକୁ ବାବୁସାନ ଟିମ୍ ପକ୍ଷରୁ ଖଣ୍ଡନ କରାଯାଇଛି। ବାବୁସାନ୍ ଟିମ୍ ପକ୍ଷରୁ କୁହାଯାଇଛି- ଦମନ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ସମୂର୍ଣ୍ଣ ଭୁଲ ଖବର। ଦମନ ମୁଭିର ପ୍ରମୋସନ ପାଇଁ ବାବୁସାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ହେଲେ ଫିଲ୍ମ ପ୍ରଯୋଜକ ତାଙ୍କୁ ଫେରିଯିବାକୁ କହିଥିଲେ। ତାସହ ପର୍ସନାଲ ମ୍ୟାଟରରେ ପଶିବାକୁ ଚେଷ୍ଟା କରିଥିଲେ। ଏମିତିକି ଦମନ ଫିଲ୍ମଠାରୁ ଦୂରେଇ ରହିବା ସହ ବାବୁସାନଙ୍କ ଅନୁପସ୍ଥିତିରେ ମୁଭି ରିଲିଜ୍ ପାଇଁ କୁହାଯାଇଛି। ଯାହା ବାବୁସାନ ଏବଂ ତାଙ୍କ ଟିମକୁ ଅପମାନ କରିବା ସହ ମାନସିକସ୍ତରରେ ଆଘାତ ପହଞ୍ଚାଇଛି।  ବାବୁସାନ ଟିମ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।  

Prakruti Mishra Babushan Mohanty
Advertisment
Advertisment