• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଯଦି ଶ୍ରୀମନ୍ଦିର ପ୍ରଶାସନ ଆବେଦନ କରିବ ରତ୍ନଭଣ୍ଡାର ମରାମତି କରାଯିବ । ଏଏସଆଇ ସୁପରିଟେଣ୍ଡେଣ୍ଟ ଆର୍କ୍ୟୋଲୋଜିଷ୍ଟଙ୍କ ମନ୍ତବ୍ୟ ପରେ ରତ୍ନଭଣ୍ଡାର ଖୋଲିବା ଚର୍ଚ୍ଚା ଜୋର ଧରିଛି । ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଖୋଲିବାକୁ କେବେ ଚିଠି ଦେବ ସେନେଇ ଉଠିଛି ପ୍ରଶ୍ନ ।

କିଛି ଦିନ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା ମିଳିଥିଲା । ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଥିଲା । ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି । ପ୍ଲାଷ୍ଟରଖଣ୍ଡକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଛି । ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଘାତ ଲାଗି ନାହିଁ । 

ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ASI ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା। ତେବେ ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ହୁଏତ ସେଥିପାଇଁ ଚୂନପଥର ଖସିଥାଇ ପାରେ ବୋଲି ଆଶଙ୍କା କରାଯାଇଛି। 

ଅନ୍ୟପଟେ ଅଜି ପୁଣି ଶ୍ରୀମନ୍ଦିରରେ ଅଘଟଣ ଘଟିଛି । ପୁରୀ ଶ୍ରୀମନ୍ଦିରର ସରଘରେ ଲାଗିଥିଲା ନିଆଁ । ମହାପ୍ରସାଦ ରୋଷେଇ ସାମଗ୍ରୀ ରହୁଥିବା ସରଘରେ ଅଗ୍ନିକାଣ୍ଡ । ମନ୍ଦିର ପରିସର ଯମୁନା କୂଅ ନିକଟ ସରଘରେ ଅଗ୍ନିକାଣ୍ଡ । ତେବେ ଖବର ପାଇ ସେବାୟତମାନେ ସେଠାରେ ପହଞ୍ଚି ନିଆଁକୁ ତୁରନ୍ତ ଆୟତ୍ତ କରିଥିଲେ । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ହେଲେ ଏହି ଅଘଟଣ କେମିତି ଘଟିଲା ସେନେଇ ସ୍ପଷ୍ଟ ସୂଚନା ଆସିନି । ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି ।