• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ। ରାଜ୍ୟ ସରକାରଙ୍କ ସହ ସମନ୍ବୟ ନଥିବା ବି ଜଳ ଜଳ ଦିଶୁଛି। ବାଲିକଢ଼ା ପାଇଁ ଗଠିତ ବୈଷୟିକ କମିଟର ମଧ୍ୟ ମତାମତ ନିଆଯାଇ ନଥିବାର ସାଂଘାତିକ ଅଭିଯୋଗ ଆସିଛିି। ତେଣୁ ବିନା ସମନ୍ବୟରେ ASIର ବାଲିମୁକ୍ତ ଅଭିଯାନର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବାଲିମୁକ୍ତ ହେବ ଐତିହାସିକ ବ୍ଲାକ୍ ପାଗୋଡ଼ା ? ହେଲେ କେମିତି ? ସୂର୍ଯ୍ୟ ମନ୍ଦିରରୁୁ ବାଲି କଢ଼ାଯିବା ପାଇଁ ଦକ୍ଷିଣ ଓ ପଶ୍ଚିମ ପଟରେ ୪୫ ଫୁଟ୍ ଉଚ୍ଚତାର ଏକ ଓ୍ୱାର୍କିଂ ପ୍ଲାଟଫର୍ମ ତିଆରି ହେବ, ତା ଉପରେ ଚଢ଼ି ଗର୍ଭଗୃହକୁ ପ୍ରବେଶ ପାଇଁ ୪ଫୁଟରେ ୫ ଫୁଟ୍‌ର ଏକ ଗର୍ତ୍ତ ଖୋଳାଯାଇ ବାଲି କଢ଼ାଯିବ। ସେଇଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଚାଲିଛି ଓ୍ୱାର୍କିଂ ପ୍ଲାଟଫର୍ମର ଲେ-ଆଉଟ୍ ତିଆରି।

ହେଲେ ବ଼ଡ କଥା ହେଉଛି ବାଲି ଭରାଯିବାର ପାଖାପାଖି ୧୨୦ ବର୍ଷ ପରେ ଏବେ ମନ୍ଦିର ଗର୍ଭଗୃହରୁ ବାଲିକଢ଼ା ଯିବାପରେ ସୁରକ୍ଷିତ ରହିବ ତ ଓଡିଆ ଜାତିର ଏ ଗୌରବର ପ୍ରତିବିମ୍ବ ? ଏତେବଡ଼ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ସବୁ ପକ୍ଷଙ୍କ ମତାମତ ନେଇଛି ତ ଏଏସ୍ଆଇ? ଅବଗତ ଅଛି ତ ରାଜ୍ୟ ସଂସ୍କୃତି ବିଭାଗ ? ରାଜ୍ୟ ସରକାର ଓ ଏଏସ୍ଆଇର ସମନ୍ୱୟରେ ସବୁ କିଛି ଚାଲିଛି ତ ?  କାରଣ କାଲିଠୁ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜି କେବଳ ପୁରୀ ଜିଲ୍ଲାପାଳଙ୍କ ଛଡ଼ା ସୂର୍ଯ୍ୟମନ୍ଦିରରେ କୌଣସି ସରକାରୀ ଅଧିକାରୀ କି ପ୍ରତିନିଧିଙ୍କୁ ଦେଖିବାକୁ ମିଳିନି। ଏପରିକି ଏଥିରେ ତାଙ୍କ ବିଭାଗର କୌଣସି ସଂପୃକ୍ତି ନଥିବା କହି ହାତ ଝାଡ଼ିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ।

କେବଳ ସେତିକି ନୁହେଁ, ଗର୍ଭଗୃହରୁ ବାଲି କାଢ଼ିବା ନେଇ ୨୦୨୦ ଜୁନ୍ ୧୧ରେ ଯେଉଁ ବୈଷୟିକ କମିଟି ଗଠନ ହୋଇଥିଲା, ସେ କମିଟି ପାଖରେ ବି ଏନେଇ ଖବର ନଥିବାର ସାଂଘାତିକ ଅଭିଯୋଗ ହୋଇଛି। ବାଲି କିଏ କାଢୁଛି? କେଉଁ ଯନ୍ତ୍ରାଂଶ ବ୍ୟବହାର ହୋଇଛି? ଏକଥା କେବଳ ଏଏସଆଇ ହିଁ ଜାଣିଛି। ତେଣୁ ଏଠି ପ୍ରଶ୍ନ ଉଠୁଛି କମିଟି କଣ ପାଇଁ ଗଠନ ହୋଇଥିଲା? ଯଦି କମିଟି ଥିଲା କୌଣସି ଅଲୋଚନା ବିନା କିଭଳି ଏଏସଆଇ କାର୍ଯ୍ୟ ଆରମ୍ଭ କରିଛି? ମନ୍ଦିର ବାଲି କଢାଯିବା ଘଟଣା ପୂର୍ବରୁ ସବୁ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ତ? 

ମାସେ କି ଦୁଇ ମାସ ନୁହେଁ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ସଂପୂର୍ଣ୍ଣ କରିବାକୁ ୩ ବର୍ଷର ଲମ୍ବା ଟାର୍ଗେଟ୍ ରଖିଛି ଏଏସ୍ଆଇ। ତେଣୁ ଏଭିତରେ ମନ୍ଦିରର ସୁରକ୍ଷାକୁ ନେଇ ସବୁ ମହଲରେ ଆଶା ଓ ଆଶଙ୍କା ବିଶେଷଜ୍ଞଙ୍କ ମତରେ ଯେ କୌଣସି ବିଶ୍ୱଐତିହ୍ୟରୁ ବାଲି କଢାଯିବାର ଇଏ ପ୍ରଥମ ଘଟଣା। ତେଣୁ ଏନେଇ କୌଣସି ପୂର୍ବ ଅଭିଜ୍ଞତା ବିନା ଏହାର ପରିଣାମକୁ ନେଇ ବି ଦ୍ୱନ୍ଦ୍ୱ ରହିଛିି। ଯେମିତିକି ଗୋଟିଏ ଶତାବ୍ଦୀ ପରେ ବାଲିଭର୍ତ୍ତି ମନ୍ଦିର ଭିତରର ସ୍ଥିତି କିଭଳି ଥିବ? ବାଲି ବାହାର କରାଯିବା ପରେ ମନ୍ଦିର ଉପରେ ବିପଦ ରହିଥିଲେ, କେଉଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଗଲେ ମିଶନ୍ ସଫଳ ହେବ, ସେ ସବୁର ଯୋଜନାକୁ ଏଏସଆଇ ସାର୍ବଜନୀନ କରାଯିବାକୁ ଦାବି ହୋଇଛି। ବିନା ସମନ୍ୱୟରେ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ଭଳି ଏତେବଡ଼ କାର୍ଯ୍ୟର ପରିଣାମ ଓ ବିଶ୍ୱ ଐତିହ୍ୟର ଭବିଷ୍ୟତକୁ ନେଇ ସବୁ ମହଲରେ ସଂଶୟ।