• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ଵର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ପୁଣି ଚର୍ଚ୍ଚାକୁ ଆସିଛି । କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି ଉଭୟ ବର୍ଷା ଓ ଅନୁଭବ । ବର୍ଷାଙ୍କୁ ଛାଡ଼ପତ୍ର ମାମଲାରେ ଚୂଡ଼ାନ୍ତ ଜେରା ଆରମ୍ଭ କରାଯାଇଛି । ପୂର୍ବରୁ ବର୍ଷାଙ୍କ ଜେରା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଜୁଲାଇ ୩୧ସୁଦ୍ଧା ଜେରା ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ସେହିପରି ଅକ୍ଟୋବର ୧୩ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ଅନେକ ନୂଆମୋଡ଼ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଜୀବନରୁ ଓହରି ଯିବା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଛନ୍ତି ଅନୁଭବ । ପିତାମାତା ସବୁବେଳେ ପିଲାଙ୍କର ଭଲ ଚାହାନ୍ତି । ଆଉ ଆମେ ଜାଣିଛେ କିଏ ଠିକ୍ ଏବଂ କିଏ ଭୁଲ୍ । କାଳ ବିଳମ୍ବ ନକରି ତୁରନ୍ତ ବର୍ଷା ତାଙ୍କ ଜୀବନରୁ ଓହରି ଯାଆନ୍ତୁ ବୋଲି ଅନୁଭବ ପୋଷ୍ଟ କରିଥିଲେ ।

ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା ମାଆଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଅନୁଭବ ପୋଷ୍ଟ କରିସାରିଛନ୍ତି । ଖାଲି ସେତିକି ନୁହେଁ, ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଅନେକ ଦିନ ହେଲା ବିବାଦ ଲାଗି ରହିଛି । କଟକ ପୁରୀ ଘାଟ ଥାନାର ଦ୍ୱାରସ୍ଥ ହେଉଛନ୍ତି ଉଭୟ । ବର୍ଷା ଅନୁଭବଙ୍କ ନାଁରେ ଅଭିଯୋଗ କରୁଥିବା ବେଳେ ଅନୁଭବ ମଧ୍ୟା ବର୍ଷାଙ୍କ ନାଁରେ ଅଭିଯୋଗ ଆଣୁଥିବା ନଜିର ରହିଛି ।

  • Reported by:
  • GAUTAM PANDA