• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଖୁବ୍‌ଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀ । ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସାକ୍ଷ୍ୟ ଗ୍ରହଣର ୩ ମାସ ମଧ୍ୟରେ ମାମଲାରେ ପୂର୍ଣ୍ଣଚ୍ଛେଦ ଲାଗି ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି ।

ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ଅନେକ ନୂଆମୋଡ଼ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଜୀବନରୁ ଓହରି ଯିବା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଛନ୍ତି ଅନୁଭବ । ପିତାମାତା ସବୁବେଳେ ପିଲାଙ୍କର ଭଲ ଚାହାନ୍ତି । ଆଉ ଆମେ ଜାଣିଛେ କିଏ ଠିକ୍ ଏବଂ କିଏ ଭୁଲ୍ । କାଳ ବିଳମ୍ବ ନକରି ତୁରନ୍ତ ବର୍ଷା ତାଙ୍କ ଜୀବନରୁ ଓହରି ଯାଆନ୍ତୁ ବୋଲି ଅନୁଭବ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।

ସବୁକିଛି ଶେଷ ହୋଇଯିବା ପୂର୍ବରୁ ମୋ ବାପା ମାଆଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ବର୍ଷାଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଅନୁଭବ ପୋଷ୍ଟ କରିସାରିଛନ୍ତି । ଖାଲି ସେତିକି ନୁହେଁ, ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଅନେକ ଦିନ ହେଲା ବିବାଦ ଲାଗି ରହିଛି । କଟକ ପୁରୀ ଘାଟ ଥାନାର ଦ୍ୱାରସ୍ଥ ହେଉଛନ୍ତି ଉଭୟ । ବର୍ଷା ଅନୁଭବଙ୍କ ନାଁରେ ଅଭିଯୋଗ କରୁଥିବା ବେଳେ ଅନୁଭବ ମଧ୍ୟା ବର୍ଷାଙ୍କ ନାଁରେ ଅଭିଯୋଗ ଆଣୁଥିବା ନଜିର ରହିଛି ।

  • Reported by:
  • DEBASHISH MOHANTY