Astrospeak
  • Live TV
  • Read In English

ଅନୁଭବଙ୍କ ଟ୍ୱିଟ୍‌ ବାଣ : ଭାଇରାଲ୍‌ ଅଡିଓକୁ ନେଇ ପତ୍ନୀ ବର୍ଷାଙ୍କୁ ପ୍ରଶ୍ନ

ପତ୍ନୀ ବର୍ଷା ଓ ତାଙ୍କ ଭଉଣୀଙ୍କ ଅଡିଓକୁ ନେଇ ଟ୍ୱିଟ୍ କରି ସତ, ମିଛ ପଚାରିଲେ

Special story
ମୁଁ ଆପଣଙ୍କୁ ସମ୍ମାନ କରେ, ମାତ୍ର ଟ୍ୱିଟ୍ କରି ପ୍ରଶ୍ନ କରିବାକୁ ବାଧ୍ୟ ହେଉଛି

କୋର୍ଟଙ୍କ ବାରଣ ସତ୍ତ୍ୱେ ସୋସିଆଲ୍ ମିଡିଆ ରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣି ପ୍ରଶ୍ନ କରିଛନ୍ତି ଅଭିନେତା ତଥା  ସାଂସଦ ଅନୁଭବ ମହାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଳିପକୁ ଟୁଇଟରେ ପୋଷ୍ଟ କରି ଏହା ଉପରେ ତାଙ୍କୁ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଅନୁଭବ ଦର୍ଶାଇଛନ୍ତି । ତେଣୁ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ନାଇଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି ।

ଅନୁଭବ ଆଉ ଏକ ଟୁଇଟରେ ଲେଖିଛନ୍ତି, ଏପରି କରି ତାଙ୍କୁ ଆଘାତ ଦେବା କିମ୍ବା ପ୍ରତିଛବିକୁ ମଳିନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ବର୍ଷାଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି । କିନ୍ତୁ ବହୁବାର ଅପମାନିତ ଓ ନିର୍ଯାତିତ ହେବା ପରେ ସେ ଟୁଇଟ୍ କରି ଏପରି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେଉଛନ୍ତି । ଆଉ ଏଭଳି ଅପମାନ ଦ୍ୱାରା ସେ ଏବଂ ତାଙ୍କ ପୁରା ପରିବାର ମାନସିକ ଓ ଶାରୀରିକ ଭାବେ ପ୍ରଭାବିତ ହେଉଛନ୍ତି ।

ଶେଷରେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ୍, କୌଣସି ଅପରାଧ ନୁହେଁ ବୋଲି ଅନୁଭବ ଲେଖିଛନ୍ତି । ତେବେ ଏନେଇ ବର୍ଷା ପ୍ରିୟଦର୍ଶିନୀ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ପାରିବାରିକ ବିବାଦ ମାମଲାରେ ଗତ ୧୪ ତାରିଖରେ ଉଭୟ ଅନୁଭବ ଏବଂ ବର୍ଷା କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପରେ ଫ୍ୟାମିଲି କୋର୍ଟ ଜଜ୍ ତାଙ୍କ ଚାମ୍ବରରେ ଉଭୟଙ୍କ ସହ ଆଲୋଚନା କରିଥିଲେ ।

ସେହି ଦିନ ଏକ ସତ୍ୟପାଠ ମଧ୍ୟ ଦାଖଲ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।  ମିଥ୍ୟା ତଥ୍ୟ ନ ଦେବାକୁ କଟକ ପରିବାର ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ ବର୍ଷା । ଏଥିସହ ବିଚାର ପ୍ରକ୍ରିୟାରେ ସହଯୋଗ କରିବା ଏବଂ ଅଯଥା ସମୟ ନନେବାକୁ ମଧ୍ୟ ବର୍ଷା ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଥିଲେ ।