Advertisment

‘୧୦ ବର୍ଷ ଧରି ମିଛ ବିବାହ ବନ୍ଧନରେ ଥିଲି, ହୃଦୟହୀନ ସମ୍ପର୍କ ଓ କଷ୍ଟଦାୟକ ବର୍ଷ ଥିଲା’

ଗତ ୧୦ ବର୍ଷ ଧରି ମିଛ ବିବାହ ବନ୍ଧନ, ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି।

ଅଦ୍ୟତନ ହୋଇଛି
Anubhav Varsha Marital Discord

Anubhav-Varsha

Advertisment

ସେଲିବ୍ରିଟି ଯୋଡ଼ି ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଛାଡ଼ପତ୍ର। ଗତ କିଛି ଦିନ ଧରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲାରେ ବଡ଼ ଘଟଣା ସାମ୍ନାକୁ ଆସିଛି। ଅନୁଭବ ଗତକାଲି ରାତିରେ ସୋସିଆଲ୍ ମିଡିଆ ସାଇଟ୍ ‘X’ ରେ ନିଜ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି। ଖୋଦ୍ ଅନୁଭବ ଲେଖିଛନ୍ତି, ତାଙ୍କ ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଛି। ଏନେଇ ଏକ କୋର୍ଟ ନିର୍ଦ୍ଦେଶର ଫଟୋ କପିକୁ ବି ସେ ଏଥିରେ ଆଟାଚ୍ କରିଛନ୍ତି।

Advertisment

ଗତ ୧୦ ବର୍ଷ ଧରି ମିଛ ବିବାହ ବନ୍ଧନ, ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ ଲେଖିଛନ୍ତି। ଆଜି ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବିବାହର ୧୦ ବର୍ଷ ପୂର୍ତ୍ତି ହେଉଥିଲା। କିନ୍ତୁ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ବିବାହ ବିଚ୍ଛେଦ ସମ୍ପର୍କରେ ସୂଚନା ଦେଇଛନ୍ତି ଅନୁଭବ। ତେବେ ଏହି ଘଟଣାରେ ବର୍ଷାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ସୂଚନା ଅନୁସାରେ ଗତ କିଛି ବର୍ଷ ଧରି ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ବେଶ୍ ଚର୍ଚ୍ଚାରେ ରହିଛି। କଟକ ପରିବାର କୋର୍ଟରୁ ମାମଲା ହାଇକୋର୍ଟ ଯାଏଁ ପହଞ୍ଚିଛି। ସୋସିଆଲ୍ ମିଡିଆରେ ଅନୁଭବ ଓ ବର୍ଷାଙ୍କ ଆକ୍ଷେପମୂଳକ ପୋଷ୍ଟ ବି ଅନେକ ସମୟରେ ଦେଖିବାକୁ ମିଳିଛି।

Varsha Priyadarshini Anubhav Mohanty Anubhav- Varsha Marital Discord Anubhav Varsha Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ